କୋରୋନାରୁ ମୁକ୍ତି ପାଇଁ ପ୍ରାର୍ଥନା ସହ ଶ୍ରୀମନ୍ଦିରରେ ଦୀପଦାନ | News Room Odisha

କୋରୋନାରୁ ମୁକ୍ତି ପାଇଁ ପ୍ରାର୍ଥନା ସହ ଶ୍ରୀମନ୍ଦିରରେ ଦୀପଦାନ

ପୁରୀ – କୋରୋନା ମହାମାରୀରୁ ମୁକ୍ତି ପାଇଁ ପ୍ରାର୍ଥନା କରାଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦୀପଦାନ । ସାଂପ୍ରତିକ କୋଭିଡ ପରିସ୍ଥିତିରେ ସମସ୍ତ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ସମ୍ମୁଖରେ ଦୀପ ଦାନ ହୋଇଛି । ତିନଟି ଦୀପ ଦାନ କରି ନିର୍ଦ୍ଦିଷ୍ଟ ଭାବେ ଓଡିଶା, ଭାରତ ଓ ସମଗ୍ର ବିଶ୍ୱକୁ କୋରୋନା ମୁକ୍ତ କରିବା ସହ ସମସ୍ତଙ୍କ ମଙ୍ଗଳ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରାଯାଇଛି ।