ରାଜ୍ୟରେ କୋରୋନା ମାମଲାର ନିମ୍ନଗତି ଜାରି, ୨୪ ଘଂଟାରେ ୨୪୭୦ ନୂଆ ଆକ୍ରାନ୍ତ, ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୩୬୮ | News Room Odisha

ରାଜ୍ୟରେ କୋରୋନା ମାମଲାର ନିମ୍ନଗତି ଜାରି, ୨୪ ଘଂଟାରେ ୨୪୭୦ ନୂଆ ଆକ୍ରାନ୍ତ, ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୩୬୮

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ୨ ହଜାର ୪୭୦ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧ ହଜାର ୪୬୨ ଓ ସ୍ଥାନୀୟ ଅଂଚଳରୁ ୧୦୦୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଧା ଜିଲ୍ଲ୍‌ାରେ ସର୍ବାଧିକ ୩୬୮, କଟକ ଜିଲ୍ଲାରୁ ୧୮୬, ଅନୁଗୁଳ ଜିଲ୍ଲାରୁ ୧୭୦, ବାଲେଶ୍ୱରରୁ ୧୦୬, ମୟୂରଭଂଜରୁ ୧୩୪, ସୁନ୍ଦରଗଡରୁ ୧୬୧, ଯାଜପୁରରୁ ୭୨, କେନ୍ଦ୍ରାପଡାରୁ ୮୭, ପୁରୀରୁ ୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଂଜାମ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୬ ଆକ୍ରାନ୍ତ ।

ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୬୨ ହଜାର ୧୧କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୨ ଲକ୍ଷ ୩୫ ହଜାର ୭୬୩ ଜଣ ସୁସ୍ଥ ହୋଇସାରିଛନ୍ତି । ସକ୍ରିୟ ମାମଲା ସଂଖ୍ୟା ୨୫ ହଜାର ୧୦୬ ରହିଛି ।

COVID-19