କୋରୋନା ସମୟରେ ଦିଆଯାଇଛି ହାତଖୋଲା କେନ୍ଦ୍ରୀୟ ସହାୟତା : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | News Room Odisha

କୋରୋନା ସମୟରେ ଦିଆଯାଇଛି ହାତଖୋଲା କେନ୍ଦ୍ରୀୟ ସହାୟତା : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର- କୋଭିଡ-୧୯ ସମୟରେ ଓଡିଶାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାତଖୋଲା ସହାୟତା ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି । ଓଡିଶାକୁ ୨୨ ହଜାର ୨୬୭ କୋଟିର ପ୍ୟାକେଜ ଦିଆଯାଇଥିବା କହିଛନ୍ତି ଧର୍ମେନ୍ଦ୍ର । କୋରୋନା କାଳରେ ମୋଦି ସରକାର ରାଜ୍ୟକୁ ୧୮ ହଜାର ୮୫୮ କୋଟି ଟଙ୍କା ସହ ୭, ୫୧, ୯୩୦ ଟନ୍ ଚାଉଳ, ୪୪,୧୩୦ ଟନ୍ ଡାଲି ଓ ୬୮ ଦଶମିକ ୭୯ ଲକ୍ଷ ଏଲପିଜି ସିଲିଣ୍ଡର ସହାୟତା ଦେଇଥିବା କେନ୍ଦ୍ର ମନ୍ତ୍ରୀ ପ୍ରକାଶ କରିଛନ୍ତି ।

COVID-19 PandemicUnion Minister Dharmendra Pradhan