ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଜନ୍ମଦିନକୁ ବୃଦ୍ଧାଶ୍ରମରେ ପାଳିଲେ ଓଟିଡିସି ଅଧ୍ଯକ୍ଷା ଶ୍ରୀମୟୀ ମିଶ୍ର | News Room Odisha

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଜନ୍ମଦିନକୁ ବୃଦ୍ଧାଶ୍ରମରେ ପାଳିଲେ ଓଟିଡିସି ଅଧ୍ଯକ୍ଷା ଶ୍ରୀମୟୀ ମିଶ୍ର

କଟକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ଵାନ କ୍ରମେ କଟକ ର ନରାଜ ସ୍ଥିତ ଶ୍ରଦ୍ଧା ଓ ସାଧନା ବୃଦ୍ଧାଶ୍ରମ ରେ ମୁଖ୍ୟମନ୍ତ୍ରୀ ଙ୍କ ଜନ୍ମଦିନ କୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ଓଟିଡିସି ଅଧ୍ଯକ୍ଷା ତଥା ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର । ଆଜି ୭୫ ବର୍ଷ ରେ ପାଦଥାପିଛନ୍ତି ଓଡିଶାବାସୀ ଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଗତ କୋଡ଼ିଏ ବର୍ଷ ମଧ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଢେ ଚାରିକୋଟି ଓଡିଆଙ୍କ ପାଇଁ କେବଳ ଗୋଟିଏ ନାଁ ନୁହଁ, ଗୋଟିଏ ଅନୁଷ୍ଠାନ ପାଲଟି ଯାଇଛନ୍ତି।

ରାଜ୍ୟବାସୀ ଦୀର୍ଘ ୮ ମାସ ହେବ କରୋନା ସହ ଲଢେଇ କରୁଥିବା ରୁ ନିଜ ଜନ୍ମଦିନ ରେ ନବୀନ୍ ନିବାସ ନ ଆସି, ଦୁଃଖୀ, ଦରିଦ୍ର, ଅସହାୟ ଲୋକଙ୍କ ପାଖକୁ ଯାଇ ଖୁସୀ ବାଣ୍ଟିବା, ରକ୍ତଦାନ କରିବା ଓ ଗୁରୁତର କୋଭିଡ ରୋଗୀ ଙ୍କ ପାଇଁ ପ୍ଲାଜମା ଦାନ କରିବାକୁ ଦଳୀୟ ନେତା, କର୍ମୀ ଓ ଜନସାଧାରଣଙ୍କୁ ଆହ୍ଵାନ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

ଏହି କ୍ରମରେ ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ ( ଓଟିଡିସି) ଅଧ୍ଯକ୍ଷା ଶ୍ରୀମୟୀ ମିଶ୍ର ଆଜି କଟକ ନରାଜ ସ୍ଥିତ ଶ୍ରଦ୍ଧା ଓ ସାଧନା ବୃଦ୍ଧାଶ୍ରମ କୁ ଯାଇ ସେଠାରେ ରହୁଥିବା ଅନ୍ତେବାସୀ ଙ୍କ ସମୟ କାଟିଛନ୍ତି । ଆଶ୍ରମ ର ସମସ୍ତ ଅନ୍ତେବାସୀ ଓ କର୍ମଚାରୀ ଙ୍କୁ କରୋନା ପାଇଁ ସଚେତନତା ବାର୍ତ୍ତା ବାଣ୍ଟିବା ସହ ସେମାନଙ୍କୁ ଶାଢୀ, ଶୀତବସ୍ତ୍ର, ମାସ୍କ, ସାନିଟାଇଜର, ଫଳ, ଶୁଖିଲା ଖାଦ୍ୟ ଆଦି ବଣ୍ଟନ କରିଥିଲେ ।

ଆଜିର କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ମନୋଜ ମହାନ୍ତି, ବିଜୁ ଛାତ୍ର ଜନତା ଦଳର କଟକ ଜୋନ୍ ସଭାପତି ସ୍ମୁତିରଞ୍ଜନ ଦାଶ, ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ଅଂଶୁମାନ ରଶ୍ମି ସାଗର ସେଠି,ଅପର୍ଣ୍ଣା ଦାସ, ବିଜୁ ଜନତା ଦଳ ର ଯୁଗ୍ମ ସମ୍ପାଦିକା ସ୍ଵରାଜ ଲଷ୍ମୀ ସାମଲ, ରାଜ୍ୟ ଛାତ୍ର ବିଜେଡି ଉପସଭାପତି – ଭବାନୀ ଶଙ୍କର ଦାଶ, ଚିନ୍ମୟ ଦାସ, ରାଜ୍ୟ ଛାତ୍ର ବିଜେଡ଼ି ସାଧାରଣ ସମ୍ପାଦକ ପ୍ରୀତି ପ୍ରିୟଙ୍କା, ଦୀପିକା ସାହୁ, ରାଜ୍ୟ ଛାତ୍ର ବିଜେଡି ସମ୍ପାଦିକା -ଲଷ୍ମୀପ୍ରିୟା ଦୀକ୍ଷୀତ୍, ଯୁଗ୍ମ ସମ୍ପାଦିକା – ସୁପ୍ରିତି ନାଥ ଶର୍ମା, ସୋନାଲି ସାହୁ, ପୁର୍ଣିମା ବେହେରା ଓ ଡାକ୍ତର ସ୍ୱାଗତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

CM Naveen PatnaikOTDC