ରାଜ୍ୟରେ ଲଗାତର ଦ୍ୱିତୀୟ ଦିନ ପାଇଁ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ୨ ହଜାରରୁ ତଳେ, ଖୋର୍ଧା ଜିଲ୍ଲାରେ ସଂକ୍ରମଣ ୨୫୦ ତଳକୁ ଖସିଲା | News Room Odisha

ରାଜ୍ୟରେ ଲଗାତର ଦ୍ୱିତୀୟ ଦିନ ପାଇଁ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ୨ ହଜାରରୁ ତଳେ, ଖୋର୍ଧା ଜିଲ୍ଲାରେ ସଂକ୍ରମଣ ୨୫୦ ତଳକୁ ଖସିଲା

ଭୁବନେଶ୍ୱର- ରାଜ୍ୟରେ ଲଗାତର ଦ୍ୱିତୀୟ ଦିନ ପାଇଁ ୨ ହଜାର ତଳକୁ ରହିଛି ଦୈନିକ କୋରୋନା ସଂକ୍ରମଣ । ଦିନକରେ ଚିହ୍ନଟ ହୋଇଛନ୍ତି ୧ ହଜାର ୯୦୪ ନୂଆ ରୋଗୀ । ସଂଗରୋଧ କେନ୍ଦ୍ରରୁ ୧ ହଜାର ୯୦୪ ଓ ସ୍ଥାନୀୟ ଅଂଚଳରୁ ୭୮୯ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଖୋର୍ଧା ଜିଲ୍ଲାରେ ବେଶ କିଛି ଦିନ ପରେ ପ୍ରଥମ ଥର ପାଇଁ ଦୈନିକ ସଂକ୍ରମଣ ସଂଖ୍ୟା ୨୫୦ରୁ କମ୍ ହୋଇଛି । ଗତ ୨୪ ଘଂଟାରେ ଖୋର୍ଧା ଜିଲ୍ଲାରୁ ମାତ୍ର ୨୨୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜିଲ୍ଲାମାନଙ୍କ ମଧ୍ୟରୁ କଟକରୁ ୧୧୧, ଅନୁଗୁଳରୁ ୧୦୯, କେନ୍ଦ୍ରାପଡାରୁ ୧୦୬, ନୂଆପଡାରୁ ୧୨୮, ସୁନ୍ଦରଗଡରୁ ୧୦୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୟୂରଭଂଜରୁ ୯୩, ବାଲେଶ୍ୱରରୁ ୯୦, କଳାହାଣ୍ଡିରୁ ୭୬, ଜଗତସିଂହପୁରରୁ ୭୩, ବଲାଙ୍ଗିରରୁ ୬୬, ପୁରୀରୁ ୪୯, ଯାଜପୁରରୁ ୪୯ ଜଣ ଚିହ୍ନଟ ହୋଇଛନ୍ତି । ଗଂଜାମ ଜିଲ୍ଲାରୁ ୩୯ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୨ ହଜାର ୨୫୦କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୨ ଲକ୍ଷ ୪୯ ହଜାର ୫୭୫ ସୁସ୍ଥ ହୋଇସାରିଲେଣି । ସକ୍ରିୟ ମାମଲା ସଂଖ୍ୟା ହେଉଛି ୨୧ ହଜାର ୪୫୪ ।

COVID-19