ଭକ୍ତଙ୍କୁ ପୁଣି ମିଳିବ ଶ୍ରୀମନ୍ଦିର ଅବଢା, ପୂର୍ବ କଟକଣା କୋହଳ କରିବା ପାଇଁ ନିଷ୍ପତି , କାର୍ତିକ ମାସରେ ଖୋଲାଯିବ ସ୍ୱତନ୍ତ୍ର କାଉଂଟର | News Room Odisha

ଭକ୍ତଙ୍କୁ ପୁଣି ମିଳିବ ଶ୍ରୀମନ୍ଦିର ଅବଢା, ପୂର୍ବ କଟକଣା କୋହଳ କରିବା ପାଇଁ ନିଷ୍ପତି , କାର୍ତିକ ମାସରେ ଖୋଲାଯିବ ସ୍ୱତନ୍ତ୍ର କାଉଂଟର

ପୁରୀ- ପୁଣି ମିଳିବ ଶ୍ରୀମନ୍ଦିର ଅବଢା । କାର୍ତିକ ମାସରେ ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କୁ ପୁଣି ଅବଢା ମିଳିବ । ଉତର ଓ ଦକ୍ଷିମ ଦ୍ୱାରରେ ଅବଢା ପାଇଁ ସ୍ୱତନ୍ତ୍ର କାଉଂଟର ଖୋଲଯିବ । ସୁଆର ମହାସୁଆର ନିଯୋଗ ଓ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ମଧ୍ୟରେ ଏକ ବୈଠକ ପରେ ଏହି ନିଷ୍ପତି ନିଆଯାଇଛି । ପୂର୍ବରୁ ଥିବା କଟକଣା କୋହଳ କରିବା ପାଇଁ ନିଷ୍ପତି ହୋଇଛି ।

ଟୋକେନ କାଟି ଭକ୍ତ ମହାପ୍ରସାଦ ନେଇପାରିବେ । କୋଭିଡ କଟକଣା ମଧ୍ୟରେ ମହାପ୍ରସାଦ ବିକ୍ରି କରାଯିବ । ଶ୍ରଦ୍ଧାଳୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ପାଳନ କରିବେ । ଏ ସଂକ୍ରାନ୍ତରେ ଖୁବ୍ ଶୀଘ୍ର ନିଷ୍ପତି ନିଆଯାି କାଉଂଟକ ଖୋଲିବା ନେଇ ବ୍ୟବସ୍ଥା କରାଯିବ ବୋଲି ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।