ଓଡିଶା ପୋଲିସ ପକ୍ଷରୁ ପୋଲିସ ସହିଦ ସ୍ମୁତି ଦିବସ ପାଳନ | News Room Odisha

ଓଡିଶା ପୋଲିସ ପକ୍ଷରୁ ପୋଲିସ ସହିଦ ସ୍ମୁତି ଦିବସ ପାଳନ

ଭୁବନେଶ୍ୱର- ରାଜ୍ୟ ପୋଲିସ ପକ୍ଷରୁ ପୋଲିସ ସହିଦ ସ୍ମୃତି ଦିବସ ପାଳନ କରାଯାଇଛି । ସହିଦ ପୋଲିସ କର୍ମୀଙ୍କୁ ଶ୍ରଦ୍ଧାଂଜଳି ଦେଇଛନ୍ତି ପୋଲିସ ଡିଜି ଅଭୟ ।

କୋରୋନାରେ ସହିଦ ହୋଇଥିବା ପୋଲିସ କର୍ମୀଙ୍କୁ ବି ସେ ଏହି ଅବସରରେ ଶ୍ରଦ୍ଧାଜଂଳି ଦେଇଛନ୍ତି ପୋଲିସ ଡିଜି । ସେମାନଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ସେ କହିଛନ୍ତି ଯେ, କୋରୋନା ଯୁଦ୍ଧରେ ସହିଦ ପୋଲିସଙ୍କ ପରିବାରକୁ ଦରମା ମିଳୁଛି । ସ୍ୱତନ୍ତ୍ର ଅବସର ଯୋଜନାରେ ଦରମା ଦିଆଯାଉଛି । ରାଜ୍ୟରେ ମାଓ ଆକ୍ରମଣରେ ସହିଦ ହୋଇଥିବା ପୋଲିସଙ୍କ ସଂଖ୍ୟା ହ୍ରାସ ପାଇଛି ବୋଲି ଡିଜିପି କହିଛନ୍ତି ।