ନେପାଳରେ ଭୟଙ୍କର ବିମାନ ଦୁର୍ଘଟଣା, ୧୬ ମୃତ | News Room Odisha

ନେପାଳରେ ଭୟଙ୍କର ବିମାନ ଦୁର୍ଘଟଣା, ୧୬ ମୃତ

କାଠମାଣ୍ଡୁ: ନେପାଳରେ ବଡ଼ ବିମାନ ଦୁର୍ଘଟଣା | ନେପାଳର ରାଜଧାନୀ କାଠମାଣ୍ଡୁରୁ ପୋଖରା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ଯାତ୍ରୀବାହୀ ବିମାନ ଲ୍ୟାଣ୍ଡିଂ ପୂର୍ବରୁ ରନଓ୍ବେରେ କ୍ରାଶ୍ ହୋଇଯାଇଛି। ବିମାନରେ ୬୮ ଜଣ ଯାତ୍ରୀ ଏବଂ ଚାରି ଜଣ କ୍ରୁ ସଦସ୍ୟ ଥିଲେ। ବିମାନରେ କିଛି ଭାରତୀୟ ଯାତ୍ରୀ ମଧ୍ୟ ଥିଲେ । ଏପର୍ଯ୍ୟନ୍ତ ୧୬ ମୃତଦେହ ଉଦ୍ଧାର କରାଯାଇଛି। ତେବେ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ବିମାନ କାଠମାଣ୍ଡୁରୁ ପୋଖରା ଅଭିମୁଖେ ଯାଉଥିଲା। ଦୁର୍ଘଟଣାଗ୍ରସ୍ତ ବିମାନ ୟେଟି ଏୟାରଲାଇନ୍ସର ବୋଲି କୁହାଯାଇଛି। ଦୁର୍ଘଟଣା ପରେ ବିମାନରେ ନିଆଁ ଲାଗିଯାଇଛି ​​। ଉଦ୍ଧାରକାରୀ ଦଳ ନିଆଁକୁ ଆୟତ୍ତ କରିବା ଉଦ୍ୟମ ଜାରି ରଖିଛନ୍ତି ।