ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ବେଳେ ବ୍ୟାପକ ହିଂସା, ୧୬ ମୃତ | News Room Odisha

ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ବେଳେ ବ୍ୟାପକ ହିଂସା, ୧୬ ମୃତ

କୋଲକାତା: ପଶ୍ଚିମବଙ୍ଗରେ ଆଜି ପଞ୍ଚାୟତ ନିର୍ବାଚନ ବ‌େଳେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ହିଂସାକାଣ୍ଡ ଘଟିଛି । ହିଂସାକାଣ୍ଡରେ ଏଯାବତ୍ ୧୬ଜଣଙ୍କର ମୃତ୍ୟୁ ହୋଇଥିବା ଦାବି କରାଯାଉଛି । କିଛି ମତଦାନ କେନ୍ଦ୍ରରୁ ବାଲଟ ବକ୍ସ ଲୁଟ୍ ସହ ଭଙ୍ଗାରୁଜା ମଧ୍ୟ ହୋଇଛି । ଏହା ସହ କିଛି ସ୍ଥାନରେ ଭୋଟ୍ ଆରମ୍ଭ ହେବା ପୂର୍ବରୁ ବାଲଟ ବକ୍ସ ଭର୍ତ୍ତି ହୋଇଥିବା ଅଭିଯୋଗ ହୋଇଥିଲା।

ପଶ୍ଚିମବଙ୍ଗର କୁଚ୍ ବେହାରରେ କିଛି ଲୋକ ମତଦାନ କେନ୍ଦ୍ରରୁ ବାଲଟ ବକ୍ସ ଉଠାଇ ନେବା ସହ ରାସ୍ତାରେ ରଖି ଏହାକୁ ବାଡ଼ିରେ ପିଟି ଭାଙ୍ଗିବା ଫଟୋ ଓ ଭିଡ଼ିଓ ଭାଇରାଲ ହୋଇଛି। ପ୍ରଥମେ ବାଲଟ ବକ୍ସକୁ ପିଟି ପିଟି ଭାଙ୍ଗିବା ସହ ପରେ ସେଥିରେ ଥିବ‌ା ବାଲଟ ପେପରକୁ ଲୋକେ ନିଆଁ ଲଗାଇ ଦେଉଥିବା ଦେଖିବାକୁ ମିଳିଛି।

ତେବେ ନିର୍ବାଚନ ଦିନ ପଶ୍ଚିମବଙ୍ଗରେ ବ୍ୟାପକ ହିଂସାକାଣ୍ଡ ଘଟିଥିବା ବେଳେ ରକ୍ତପାତ ବନ୍ଦ କରିବା ଲାଗି ରାଜ୍ୟପାଳ ସି. ଭି. ଆନନ୍ଦ ବୋଷ ଜନତା ଓ ରାଜନୈତିକ ଦଳମାନଙ୍କୁ ଅନୁରୋଧ କରିଛନ୍ତି।