ଏବେ ଅନଲାଇନରେ ରେସନ କାର୍ଡ ଆବେଦନ, ଧାନ ସଂଗ୍ରହ ପଂଜୀକରଣ : ବ୍ୟବସ୍ଥାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ,କହିଲେ ସ୍ୱଚ୍ଛତା ଓ ଦକ୍ଷତା ଦିଗରେ ଏକ ଗୁରୁତ୍ୱପୂଣ୍ଣ ର୍ପଦକ୍ଷେପ | News Room Odisha

ଏବେ ଅନଲାଇନରେ ରେସନ କାର୍ଡ ଆବେଦନ, ଧାନ ସଂଗ୍ରହ ପଂଜୀକରଣ : ବ୍ୟବସ୍ଥାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ,କହିଲେ ସ୍ୱଚ୍ଛତା ଓ ଦକ୍ଷତା ଦିଗରେ ଏକ ଗୁରୁତ୍ୱପୂଣ୍ଣ ର୍ପଦକ୍ଷେପ

ଭୁବନେଶ୍ୱର – ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଧାନ ସଂଗ୍ରହ ପଂଜିକରଣଠାରୁ ଆରମ୍ଭ କରି ରେସନ କାର୍ଡ ଆବେଦନ ପ ର୍ଯ୍ୟନ୍ତ ସବୁ କାର୍ଯ୍ୟର ଅନଲାଇନ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଲୋକେ ଏବେ ଘରେ ବସି ସବୁ ସୁବିଧା ପାଇପାରିବେ । ‘ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷା’ – ଜଣେ ବି ଗରିବ ଲୋକଙ୍କୁ ମୁଁ ଖାଦ୍ୟ ସୁରକ୍ଷାରୁ ବଂଚିତ କରିବି ନାହଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଚାରଧାରାକୁ କାର୍ଯ୍ୟରେ ପରିଣତ କରି ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।

ଭିଡିଓ କନଫରେନସିଂ ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ସ୍ୱଚ୍ଛତା ଓ ଦକ୍ଷତା ଦିଗରେ ଏହାକୁ ଏକ ଗୁୁରୁତ୍ୱପୂଣ୍ଣ ର୍ ପଦକ୍ଷେପ ବୋଲି କହିଛନ୍ତି ନବୀନ । ରାଜ୍ୟ ସରକାର ଲୋକଙ୍କ ଖାଦ୍ୟ ସୁରକ୍ଷା ପ୍ରତି ପ୍ରତିଶ୍ରୁତିବଦ୍ଧ । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ସହିତ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଏନଏଫଏସଏରୁ ବାଦ୍ ପଡିଥିବା ୨୫ଲକ୍ଷ ଲୋକଙ୍କୁ ସାମିଲ କରାଯାଇଛି । ସାରା ରାଜ୍ୟରେ ସାଢେ ତିନିକୋଟିରୁ ଅଧିକ ଲୋକ ଖାଦ୍ୟ ସୁରକ୍ଷାରେ ସାମିଲ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

5TCM Naveen Patnaik