ଶାସ୍ତ୍ରୀୟ ସଙ୍ଗୀତ ପାଇଁ ମିଳିବ ସୁନନ୍ଦା ସମ୍ମାନ, ମିଳିବ ଅଢେଇ ଲକ୍ଷ ଟଙ୍କା ଅର୍ଥ ପୁରସ୍କାର , ପ୍ରସ୍ଥାବକୁ ମୁଖ୍ଯମନ୍ତ୍ରୀଙ୍କ ଅନୁମୋଦନ | News Room Odisha

ଶାସ୍ତ୍ରୀୟ ସଙ୍ଗୀତ ପାଇଁ ମିଳିବ ସୁନନ୍ଦା ସମ୍ମାନ, ମିଳିବ ଅଢେଇ ଲକ୍ଷ ଟଙ୍କା ଅର୍ଥ ପୁରସ୍କାର , ପ୍ରସ୍ଥାବକୁ ମୁଖ୍ଯମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର: ରାଜ୍ୟରେ ଏଣିକି ଶାସ୍ତ୍ରୀୟ ସଙ୍ଗୀତ ପାଇଁ ମିଳିବ ‘ସୁନନ୍ଦା ସମ୍ମାନ’ । ବିଶିଷ୍ଟ ଗାୟିକା ସ୍ୱର୍ଗତଃ ସୁନନ୍ଦା ପଟ୍ଟନାୟକଙ୍କ ନାଁ ରେ ନାମିତ ହେଲା ଏହି ସମ୍ମାନ ।

ସୁନନ୍ଦା ସମ୍ମାନରେ ସମ୍ମାନିତ ହେବାକୁ ଥିବା ବିଶିଷ୍ଟ ଗାୟିକାଙ୍କୁ ଏଣିକି ଅଢେଇ ଲକ୍ଷ ଟଙ୍କା ଅର୍ଥ ପୁରସ୍କାର ମିଳିବ । ଏହି ପ୍ରସ୍ଥାବକୁ ଅନୁମୋଦନ କରିଛନ୍ତି ମୁଖ୍ଯମନ୍ତ୍ରୀ ।

ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଦିଆଯିବ ସୁନନ୍ଦା ସମ୍ମାନ ।