ଭାରତରେ ଗତ ୨୪ ଘଂଟା ମଧ୍ୟରେ ୫୪ ହଜାର ୩୬୬ ନୂଆ କୋରୋନା ଆକ୍ରାନ୍ତ, ୬୯୦ ମୃତ | News Room Odisha

ଭାରତରେ ଗତ ୨୪ ଘଂଟା ମଧ୍ୟରେ ୫୪ ହଜାର ୩୬୬ ନୂଆ କୋରୋନା ଆକ୍ରାନ୍ତ, ୬୯୦ ମୃତ

ଭୁବନେଶ୍ୱର-ଦେଶରେ ଦିନକରେ ୫୪ ହଜାର ୩୬୬ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୭ ଲକ୍ଷ ୬୧ ହଜାର ୩୧୨କୁ ବୃଦ୍ଧି ପାଇଛି । ୨୪ ଘଂଟାରେ ଆଉ ୬୯୦ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏଥିସହିତ ଭାରତରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୭ ହଜାର ୩୦୬କୁ ବୃଦ୍ଧି ପାଇଛି । ଦେଶରେ ଏବେ ସକ୍ରିୟ ମାମଲା ସଂଖ୍ୟା ୬ ଲକ୍ଷ ୯୫ ହଜାର ୫୦୯ ଥିବା ବେଳେ ୬୯ ଲକ୍ଷ ୪୮ ହଜାର ୪୯୭ ସୁସ୍ଥ ହୋଇସାରିଲେଣି ।