ଦ୍ରୁତଗତିରେ ହ୍ରାସ ପାଉଛି ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ, ୨୪ ଘଂଟାରେ ସଂକ୍ରମିତଙ୍କ ସଂଖ୍ୟା ୧୮ ଶହରୁ ତଳେ | News Room Odisha

ଦ୍ରୁତଗତିରେ ହ୍ରାସ ପାଉଛି ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ, ୨୪ ଘଂଟାରେ ସଂକ୍ରମିତଙ୍କ ସଂଖ୍ୟା ୧୮ ଶହରୁ ତଳେ

ଭୁବନେଶ୍ୱର-ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ଆହୁରି ହ୍ରାସ ପାଇଛି । ବେଶ କିଛି ଦିନ ପରେ ଦୈନିକ ସଂକ୍ରମଣ ୧୮ ଶହ ତଳକୁ ରହିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଅନୁସାରେ ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧ ହଜାର ୭୯୩ ନୂଆ ଆକ୍ରାନ୍ତ ହିଁ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ଖୋର୍ଧା ଜିଲ୍ଲାରୁ ୨୦୮ ଅଛନ୍ତି । ଅନେକ ଦିନ ପରେ ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଏତେ କମ୍ ରହିଛି । କଟକ ଜିଲ୍ଲାରୁ ୧୬୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୧୦୭, ମୟୂରଭଂଜରୁ ୧୦୪, ସୁନ୍ଦରଗଡରୁ ୯୯, ନୂଆପଡାରୁ ୮୪, ପୁରୀରୁ ୮୨, ବଲାଙ୍ଗିରରୁ ୭୬, ଯାଜପୁରରୁ ୭୬, ଭଦ୍ରକରୁ ୬୮, ନବରଂଗପୁରରୁ ୬୫, କେନ୍ଦୁଝରରୁ ୬୩, ବରଗଡରୁ ୬୧, କେନ୍ଦ୍ରାପଡାରୁ ୬୧, ଝାରସୁଗୁଡାରୁ ୫୩, ଜଗତସିଂହପୁରରୁ ୫୨ ଜଣ ଚିହ୍ନଟ ହୋଇଛନ୍ତି । ଗଂଜାମ ଜିଲ୍ଲାରୁ ୧୬ ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୭ ହଜାର ୮୮୭ ହୋଇଥିବା ବେଳେ ଏଥିମଧ୍ୟରୁ ୨ ଲକ୍ଷ ୫୭ ହଜାର ୪୧ ସୁସ୍ଥ ହୋଇସାରିଲେଣି । ୧୯ ହଜାର ୫୭୯ ରୋଗୀ ଚିକିତ୍ସାଧୀନ ଅଛନ୍ତି । ସେପଟେ ଦିନକରେ ରାଜ୍ୟରେ କୋରୋନାରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି ।

COVID-19