ଦାର୍ଜିଲିଂ ସୁକନା ଆର୍ମି କ୍ୟାମ୍ପରେ ପ୍ରତିରକ୍ଷା ମନ୍ତ୍ରୀ, କଲେ ଶସ୍ତ୍ର ପୂଜା | News Room Odisha

ଦାର୍ଜିଲିଂ ସୁକନା ଆର୍ମି କ୍ୟାମ୍ପରେ ପ୍ରତିରକ୍ଷା ମନ୍ତ୍ରୀ, କଲେ ଶସ୍ତ୍ର ପୂଜା

ଦାର୍ଜିଲିଂ – ପବିତ୍ର ବିଜୟାଦଶମୀ ଅବସରରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦାର୍ଜିଲିଂର ସୁକନା ମେମୋରିଆଲ ହଲ୍‌ରେ ଶସ୍ତ୍ର ପୂଜା କରିଛନ୍ତି । ସୁକନା ଆର୍ମି କ୍ୟାମ୍ପରେ ପ୍ରତିରକ୍ଷା ମନ୍ତ୍ରୀ ଅସ୍ତ୍ରଶସ୍ତ୍ର ନୀରିକ୍ଷଣ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ଭାରତ ସୀମାରେ ଶାନ୍ତି ଚାହେଁ । ତେବେ, ଆମ ସେନା କାହାକୁ ବି ଇଂଚେ ଜମି ଛାଡିବ ନାହିଁ । ଏହି ବିଶ୍ୱାସ ତାଙ୍କର ରହିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ।