ରାଜ୍ୟରେ ଗତ ୨୪ ଘଂଟାରେ ୧ହଜାର ୬୧୭ ନୂଆ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୨ | News Room Odisha

ରାଜ୍ୟରେ ଗତ ୨୪ ଘଂଟାରେ ୧ହଜାର ୬୧୭ ନୂଆ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୨

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧ ହଜାର ୬୧୭ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଂଟାଇନରୁ ୯୪୧ ଓ ସ୍ଥାନୀୟ ଅଂଚଳରୁ ୬୭୬ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୨, କଟକରୁ ୧୨୮, ସୁନ୍ଦରଗଡରୁ ୯୩, ମୟୂରଭଂଜରୁ ୮୫, କଳାହାଣ୍ଡିରୁ ୮୪,ଜଗତସିଂହପୁରରୁ ୮୦, ବାଲେଶ୍ୱରରୁ ୭୬, ପୁରୀରୁ ୭୬, ଅନୁଗୁଳରୁ ୭୫, ବଲାଙ୍ଗୀରରୁ ୬୮, ନୂଆପଡାରୁ ୫୯, କେନ୍ଦ୍ରାପଡାରୁ ୫୪ ଓ କେନ୍ଦୁଝରରୁ ୫୩ ଜଣ ଚିହ୍ନଟ ହୋଇଛନ୍ତି । ଗଂଜାମ ଜିଲ୍ଲାରୁ ୨୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୭ ହଜାର ୯୯କୁ ବୃଦ୍ଧି ପାଇଛି । ଏଥିରୁ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୭୦ ହଜାର ୧୩୦ । ୧୫ ହଜାର ୬୧୯ ଜଣ ରୋଗୀ ଏବେ ବି ଚିକିତ୍ସାଧୀନ ଅଛନ୍ତି । ଗତ ୨୪ ଘଂଟା ମଧ୍ୟରେ ଆଉ ୧୩ ଜଣ ରୋଗୀ କୋରୋନାରେ ପ୍ରାଣ ହରାଇଛନ୍ତି । ରାଜ୍ୟରେ କୋରୋନା ମୃତ୍ୟୁସଂଖ୍ୟା ୧ ହଜାର ୨୯୭କୁ ବୃଦ୍ଧି ପାଇଛି ।

COVID-19