ଗତ ୨୪ ଘଂଟାରେ ରାଜ୍ୟରେ ୧ ହଜାର ୫୪୭ ନୂଆ କୋରୋନା ରୋଗୀ, ୧୧ ମୃତ | News Room Odisha

ଗତ ୨୪ ଘଂଟାରେ ରାଜ୍ୟରେ ୧ ହଜାର ୫୪୭ ନୂଆ କୋରୋନା ରୋଗୀ, ୧୧ ମୃତ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ୧ ହଜାର ୫୪୭ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୧୫୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ୯୮, ଅନୁଗୁଳରୁ ୯୫, ଜଗତସିଂହପୁରରୁ ୮୯, ମୟୂରଭଂଜରୁ ୮୮, ବଲାଙ୍ଗିରରୁ ୭୯, ବାଲେଶ୍ୱରରୁ ୭୯, କେନ୍ଦୁଝରରୁ ୭୧, ଯାଜପୁରରୁ ୭୦, କେନ୍ଦ୍ରାପଡାରୁ ୬୧, ପୁରୀରୁ ୫୯, ନୂଆପଡାରୁ ୫୯, ସୁନ୍ଦରଗଡରୁ ୫୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଂଜାମରୁ ୨୪ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏଯାବତ ମୋଟ ୨ ଲକ୍ଷ ୮୮ ହଜାର ୬୪୬ ରୋଗୀ ଚିହ୍ନଟ ହୋଇଥିବା ବେଳେ ୨ ଲକ୍ଷ ୭୨ ହଜାର ୩୮ ଜଣ ସୁସ୍ଥ ହୋଇସାରିଲେଣି । ରାଜ୍ୟରେ ଚିକିତ୍ସାଧୀନ ଥିବା କୋରୋନା ରୋଗୀଙ୍କ ସଂଖ୍ୟା ୧୫ ହଜାର ୨୪୭ ରହିଛି ।

ଗତ ୨୪ ଘଂଟାରେ ରାଜ୍ୟରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ କୋରୋନାଜନିତ ମୋଟ ମୃତ୍ୟୁ ସଂଖ୍ୟା ୧୩ ଶହ ଅତିକ୍ରମ କରିଛି । ମୃତ୍ୟୁସଂଖ୍ୟା ୧ ହଜାର ୩୦୮କୁ ବୃଦ୍ଧି ପାଇଛି ।

COVID-19