ଭାରତରେ ଏଓ୍ବାଇ.୪.୨ ଭାରିଆଣ୍ଟର ୧୭ଟି ମାମଲା | News Room Odisha

ଭାରତରେ ଏଓ୍ବାଇ.୪.୨ ଭାରିଆଣ୍ଟର ୧୭ଟି ମାମଲା

ନୂଆଦିଲ୍ଲୀ: ଭାରତର ଅତି କମରେ ୬ଟି ରାଜ୍ୟରେ କରୋନାର ଏଓ୍ବାଇ.୪.୨ ଭାରିଆଣ୍ଟ ଷ୍ଟ୍ରେନ୍ ଦେଖିବାକୁ ମିଳିଛି | ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ଏହି ଭାରିଏଣ୍ଟର ୧୭ଟି ମାମଲା ରିପୋର୍ଟ ହୋଇଛି। ଏହି ନୂଆ ଭାରିଆଣ୍ଟ ଡେଲଟା ପ୍ଲସର ଏକ ନୂଆ ରୂପ ବୋଲି କୁହାଯାଉଛି ।

ଅନ୍ୟପକ୍ଷରେ କେନ୍ଦ୍ର ସରକାର କହିଛନ୍ତି ଯେ ଏହି ନୂଆ ଷ୍ଟ୍ରେନ୍ ଉପରେ ଏକ ବିଶେଷଜ୍ଞ ଦଳ ନଜର ରଖିଛନ୍ତି। ବ୍ରିଟେନରେ ସମ୍ପ୍ରତି ସଂକ୍ରମଣ ବିସ୍ଫୋରଣ ପାଇଁ ଏହି ଭାରିଏଣ୍ଟ ମୁଖ୍ୟ କାରଣ ବୋଲି ମନେ କରାଯାଉଛି | ବ୍ରିଟିଶ୍ ଅଧିକାରୀମାନେ ସ୍ବୀକାର କରିଛନ୍ତି ଯେ ଏଓ୍ବାଇ.୪.୨ ବୋଧହୁଏ ସମସ୍ତ ଡେଲ୍ଟା ଭାରିଆଣ୍ଟ ମଧ୍ୟରୁ ସବୁଠାରୁ ବିପଜ୍ଜନକ | ଏହା ବହୁତ ଶୀଘ୍ର ବ୍ୟାପିଥାଏ | ତେବେ ଏହା ଅଧିକ ଘାତକ ଓ ଟିକାକୁ ପ୍ରଭାବହୀନ କରିବାର କ୍ଷମତା ଅଛି ବୋଲି କିଛି ପ୍ରମାଣ ନାହିଁ ।

ଭାରତରେ ଏଓ୍ବାଇ.୪.୨ ର ୧୭ଟି ମାମଲା ଚିହ୍ନଟ ହୋଇଛି। ଏଥିମଧ୍ୟରୁ ଆନ୍ଧ୍ରପ୍ରଦେଶରେ ୭ ଜଣ, କେରଳରେ ଚାରିଟି, ତେଲେଙ୍ଗାନା ଏବଂ କର୍ଣ୍ଣାଟକରେ ଦୁଇଟି ଏବଂ ମହାରାଷ୍ଟ୍ର, ଜାମ୍ମୁ କାଶ୍ମୀରରେ ଗୋଟିଏ ଲେଖାଏଁ ମାମଲା ରିପୋର୍ଟ ହୋଇଛି।

COVID-19