ଦକ୍ଷିଣ ଆଫ୍ରିକା: ନାଇଟ୍ କ୍ଲବରେ ୧୭ ଜଣଙ୍କ ମୃତଦେହ ମିଳିଲା | News Room Odisha

ଦକ୍ଷିଣ ଆଫ୍ରିକା: ନାଇଟ୍ କ୍ଲବରେ ୧୭ ଜଣଙ୍କ ମୃତଦେହ ମିଳିଲା

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାର ଇଷ୍ଟ ଲଣ୍ଡନ ସହରର ଏକ ନାଇଟ୍ କ୍ଲବ ଭିତରେ ଅତି କମରେ ୧୭ ଜଣ ଯୁବକଙ୍କ ମୃତଦେହ ମିଳିଛି ।
ଯଦିଓ ଏତେ ସଂଖ୍ୟକ ଯୁବକଙ୍କ ମୃତ୍ୟୁର କାରଣ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ, ତେବେ ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ଏହା ବିଷକ୍ରିୟା କିମ୍ବା ଦଳାଚକଟା କାରଣରୁ ହୋଇଥିବା ଦାବି କରାଯାଉଛି।

କେତେକ ଗଣମାଧ୍ୟମ ରିପୋର୍ଟରେ ମୃତ୍ୟୁ ସଂଖ୍ୟା ୨୨ ବୋଲି କୁହାଯାଉଛି।

ନାଇଟ୍ କ୍ଲବର କିଛି ଫଟୋ ସୋସିଆଲ ମିଡିଆରେ ମଧ୍ୟ ସେୟାର କରାଯାଉଛି । ଯେଉଁଥିରେ ଯୁବକମାନେ ଟେବୁଲ, ଚଟାଣରେ ମୃତ ଅବସ୍ଥାରେ ପଡ଼ିଥିବା ଦେଖାଯାଉଛି ଏବଂ କେତେକ ଯୁବକ ମଧ୍ୟ ଆହତ ହୋଇଛନ୍ତି |

ବ୍ରିଗେଡିୟର୍ ଟେମ୍ବିନକୋସି କିନାନା ଗଣମାଧ୍ୟମକୁ କହିଛନ୍ତି ଯେ ଜଣେ ସାଧାରଣ ଲୋକ ଏହି ବିଷୟରେ ପୋଲିସକୁ ସୂଚନା ଦେଇଥିଲେ ।
କିନ୍ନାନା କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ଅଧିକାଂଶ ଯୁବକଙ୍କ ବୟସ ୧୮ ରୁ ୨୦ ବର୍ଷ ହେବ । ଏହି ଘଟଣାରେ ତଦନ୍ତ ଜାରି ରହିଥିବା ସେ କହିଛନ୍ତି ।