ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର ଶେଷ, ଆସନ୍ତା ୩ ତାରିଖରେ ଭୋଟ୍ ଗ୍ରହଣ | News Room Odisha

ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର ଶେଷ, ଆସନ୍ତା ୩ ତାରିଖରେ ଭୋଟ୍ ଗ୍ରହଣ

ପାଟନା- ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଶେଷ ହୋଇଛି । ନଭେମ୍ବର ୩ ତାରିଖ (ମଙ୍ଗଳବାର ) ଦିନ ରାଜ୍ୟର ୯୪ଟି ଆସନରେ ଭୋଟ୍ ଗ୍ରହଣ କରାଯିବ । ସେହିଦିନ ପାଟନା ଜିଲ୍ଲାର ୯, ନାଳନ୍ଦାର ୭, ଭାଗଲପୁରର ୫, ଖଗରିୟାର ୪, ବେଗୁସରାିର ୭, ସମସ୍ତିପୁରର ୫, ସାରଣର ୧୦, ସିୱାନର ୮, ଗୋପାଳଗଂଜର ୬, ମୁଜାଫରପୁରର ୫, ଦରଭଙ୍ଗାର ୫, ମଧୁବନୀର ୪, ସୀତାମାଢିର ୩, ଶିବହରର ୧, ପୂର୍ବ ଚଂପାରମର ୬ ଓ ପଶ୍ଚିମ ଚଂପାରଣ ଜିଲ୍ଲାର ୩ଟି ଆସନରେ ମତଦାନ ହେବ ।

ଦ୍ୱିତୀୟ ପର୍ଯ୍ୟାୟରେ ୯୪ଟି ଆସନରେ ମୋଟ ୧ ହଜାର ୪୬୩ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ପରୀକ୍ଷା ହେବ । ଏଥିମଧ୍ୟରୁ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ମାତ୍ର ୧୪୬ ରହିଛି । ଗତମାସ ୨୮ ତାରିଖରେ ରାଜ୍ୟର ୧୬ଟି ଜିଲ୍ଲାର ୭୧ଟି ଆସନରେ ହୋଇଥିଲା ମତଦାନ । ପ୍ରଥମ ପର୍ଯ୍ୟାୟରେ ୫୪ ପ୍ରତିଶତରୁ ଅଧିକ ମତଦାନ ହୋଇଥିଲା । ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନ ପାଇଁ ଏଥର ତିନିଟି ପର୍ଯ୍ୟାୟରେ ମତଦାନ ହେଉଛି । ନଭେମ୍ବର ୭ରେ ତୃତୀୟ ପର୍ଯ୍ୟାୟ ମତଦାନ ହେବ । ଏହି ମାସ ୧୦ ତାରିଖରେ ଭୋଟଗଣତି ହେବ । ଏଥର ଏନଡିଏ ଓ ମହାମେଂଟ ମଧ୍ୟରେ ଦ୍ୱିମୁଖୀ ଲଢେଇ ହେଉଛି । ତେବେ ଲୋକ ଜନଶକ୍ତି ପାର୍ଟି- ଏଲଜେପି ଏନଡିଏରୁ ଓହରି ଅଲଗା ଭାବେ ପ୍ରତିଦ୍ୱନ୍ଦିତା କରୁଛି ।

Bihar Assembly Elections 2020