ସ୍ୱାଭିମାନ ଅଂଚଳରେ ମିଳିତ କମ୍ବିଂ ଅପରେସନ, ଜବତ ହେଲା ମାଓ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର | News Room Odisha

ସ୍ୱାଭିମାନ ଅଂଚଳରେ ମିଳିତ କମ୍ବିଂ ଅପରେସନ, ଜବତ ହେଲା ମାଓ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର

ମାଲକାନଗିରି- ମାଓ ବିରୋଧୀ ଅଭିଯାନରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ଜିଲ୍ଲାର ସ୍ୱାଭିମାନ ଅଂଚଳରେ କମ୍ବିଂ ଅପରସେନ ବେଳେ ମାଓ ସାମଗ୍ରୀ ସହ ଓ କିଛି ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।ା ଆନ୍ଧ୍ର -ଓଡିଶା ପୋଲିସ ଓ ବିଏସଏଫର ମିଳିତ ସର୍ଚ୍ଚ ଅପରେସନରେ ୨ଟି ଏସଏଲଆର୍‌, ଗୋଟିଏ ଥ୍ରୀ ନଟ୍ ଥ୍ରୀ ବନ୍ଧୁକ ସହ ଆଇଇଡି,ଗୁଳି ଓ କିଛି ମାଓ ସାମଗ୍ରୀ ଜବତ ହୋଇଛି । ମାଓବାଦୀମାନେ ସୁରକ୍ଷାବାହିନୀଙ୍କ କବଳରୁ ଖସି ପଳାଇବାରେ ସମର୍ଥ ହୋଇଛନ୍ତି ।