ଶ୍ରୀକ୍ଷେତ୍ରକୁ ସ୍ୱଚ୍ଛ ରଖିବା ପାଇଁ ପ୍ରୟାସ, ବ୍ୟବହୃତ ପୂଜାସାମଗ୍ରୀ ସଂଗ୍ରହ ପାଇଁ ସହରରେ ସାହି ସାହି ବୁଲିବ କୈବଲ୍ୟ ରଥ | News Room Odisha

ଶ୍ରୀକ୍ଷେତ୍ରକୁ ସ୍ୱଚ୍ଛ ରଖିବା ପାଇଁ ପ୍ରୟାସ, ବ୍ୟବହୃତ ପୂଜାସାମଗ୍ରୀ ସଂଗ୍ରହ ପାଇଁ ସହରରେ ସାହି ସାହି ବୁଲିବ କୈବଲ୍ୟ ରଥ

ପୁରୀ- ପୁରୀ ସହରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ । ଏଥିପାଇଁ ସହରରେ ବୁଲିବ କୈବଲ୍ୟ ରଥ । ‘ମୋ ଧାମ , ମୋ ଗର୍ବ’ ଅଭିଯାନ ଅନ୍ତର୍ଗତ ବୁଲିବ ଏହି ରଥ ।

ବ୍ୟବହୃତ ଅଭଡା କୁଡୁଆ, ବଳିଯାଇଥିବା ମହାପ୍ରସାଦ ସମେତ ଫୁଲ, ଫଳ,ଚୋପା, ଦୀପ, ଧୂପକାଠି ଭଳି ବ୍ୟବହୃତ ପୂଜା ସାମଗ୍ରୀ ଆଦି ଶ୍ରୀମନ୍ଦିର ଚାରିପାଖ ଓ ବିଭିନ୍ନ ସାହିର ଘରୁ ଘରୁ ସଂଗ୍ରହ କରାଯିବା ପାଇଁ କୈବଲ୍ୟ ରଥ ନାମରେ ଏକ ସ୍ୱତନ୍ତ୍ର ଗାଡି ବୁଲିବ ।

ପ୍ରତି ଦିନ ବିଭିନ୍ନ ସାହି ବୁଲିବ ଏହି ଗାଡି । ସକାଳ ୯ଟାରୁ ୧୧ଟା ଯାଏଁ ଏହି ଗାଡି ଚାଲିବ । ବ୍ୟବହୃତ ପୂଜା ସାମଗ୍ରୀ ସବୁ ସଂଗ୍ରହ କଲା ପରେ ସ୍ୱତନ୍ତ୍ର ଡମ୍ପୟାର୍ଡରେ ଏହାକୁ ପକାଯିବ ।