ପରୀକ୍ଷଣ ସଫଳ ହେଲେ ଆଗାମୀ ଜାନୁଆରୀରେ ଭାରତରେ ମିଳିପାରେ ଅକ୍ସଫୋର୍ଡ କୋରୋନା ଟିକା : ସେରମ ସିଇଓ ପୁନାୱାଲା | News Room Odisha

ପରୀକ୍ଷଣ ସଫଳ ହେଲେ ଆଗାମୀ ଜାନୁଆରୀରେ ଭାରତରେ ମିଳିପାରେ ଅକ୍ସଫୋର୍ଡ କୋରୋନା ଟିକା : ସେରମ ସିଇଓ ପୁନାୱାଲା

ପୁଣେ- ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଆଷ୍ଟ୍ରାଜେନେକା କଂପାନିର ମିଳିତ ଉଦ୍ୟମରେ ବିକଶିତ କରାଯାଉଥିବା କୋରୋନା ଟିକା ଭାରତରେ ଆସନ୍ତାବର୍ଷ ଜାନୁଆରୀରେ ଉପଲବ୍ଧ ହୋଇପାରେ । ଭାରତରେ ଏହି ଟିକା ପ୍ରସ୍ତୁତି ଦାୟିତ୍ୱରେ ଥିବା ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା କହିଛନ୍ତି ଯେ, ଯଦି ଟ୍ରାଏଲରୁ ସକାରାତ୍ମକ ଫଳାଫଳ ମିଳେ, ତାହା ହେଲେ ଅକ୍ସଫୋର୍ଡ ଟିକା ଏ ବର୍ଷ ଶେଷବେଳକୁ ବ୍ରିଟେନରେ ଉପଲବ୍ଧ ହେବା ସମ୍ଭାବନା ରହିଛି ।

ଯଦି ଏହା ହୁଏ , ତାହା ହେଲେ ଭାରତରେ ଆସନ୍ତାବର୍ଷ ଜାନୁଆରୀରେ ଏହି ଟିକା ମିଳିବ ବୋଲି ପୁନାୱାଲା କହିଛନ୍ତି । ଏ ନେଇ ବ୍ରିଟେନରେ ପରୀକ୍ଷଣର ଫଳାଫଳକୁ ଅପେକ୍ଷା କରାଯାଇଛି । ଭାରତରେ ମଧ୍ୟ ଏହି ଚିକାର ପରୀକ୍ଷଣ ନିରାପଦ ଓ ପ୍ରଭାବଶାଳି ସାବ୍ୟସ୍ତ ହେଲେ ଭାରତରେ ମଧ୍ୟ ଏହି ଟିକା ଆଗାମୀ ଜାନୁଆରୀରେ ମିଳିବ ବୋଲି ପୁନାୱାଲା କହିଛନ୍ତି ।

COVID-19 Vaccine