ରାଜ୍ୟରେ କୋରୋନାର ନିମ୍ନଗତି ଜାରି, ୨୪ ଘଂଟାରେ ୧, ୩୮୫ ନୂଆ ଆକ୍ରାନ୍ତ ଚିହ୍ନଟ | News Room Odisha

ରାଜ୍ୟରେ କୋରୋନାର ନିମ୍ନଗତି ଜାରି, ୨୪ ଘଂଟାରେ ୧, ୩୮୫ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୭ ହଜାର ୨୭୪କୁ ବୃଦ୍ଧି ପାଇଛି । ଗତ ୨୪ ଘଂଟାରେ ରାଜ୍ୟରେ ୧ ହଜାର ୩୮୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୯, କଟକରୁ ୧୦୯, ମୟୂରଭଂଜରୁ ୧୦୩, ସୁନ୍ଦରଗଡରୁ ୯୧, ନୂଆପଡାରୁ ୮୮, ଅନୁଗୁଳରୁ ୮୮, ବଲାଙ୍ଗିରରୁ ୭୭, କେନ୍ଦୁଝରରୁ ୫୭, ପୁରୀରୁ ୩୫ ଓ ଗଞ୍ଜାମ ଜିଲ୍ଲାରୁ ୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 

ରାଜ୍ୟରେ ଏବେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଲକ୍ଷ ୮୨ ହଜାର ୭୩ ଜଣ ସୁସ୍ଥ ହୋଇସାରିଲେଣି । ସକ୍ରିୟ ମାମଲା ସଂଖ୍ୟା ୧୩ ହଜାର ୭୭୦ ରହିଛି ।

COVID-19