ରାଜ୍ୟରେ ଗତ ୨୪ ଘଂଟାରେ ୧ ହଜାର ୪୯୪ ନୂଆ କୋରୋନା ରୋଗୀ ଚିହ୍ନଟ, ଖୋର୍ଦ୍ଧାଜିଲ୍ଲାରୁ ୧୫୩ | News Room Odisha

ରାଜ୍ୟରେ ଗତ ୨୪ ଘଂଟାରେ ୧ ହଜାର ୪୯୪ ନୂଆ କୋରୋନା ରୋଗୀ ଚିହ୍ନଟ, ଖୋର୍ଦ୍ଧାଜିଲ୍ଲାରୁ ୧୫୩

ଭୁବନେଶ୍ୱର- ରାଜ୍ୟରେ ଆଉ ୧ ହଜାର ୪୯୪ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୮୬୭ ଓ ସ୍ଥାନୀୟ ଅଂଚଳରୁ ୬୨୭ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୩, କଟକରୁ ୧୧୨, ବାଲେଶ୍ୱରରୁ ୧୦୨, ସୁନ୍ଦରଗଡରୁ ୯୬, ମୟୂରଭଞ୍ଜରୁ ୯୩, ଅନୁଗୁଳରୁ ୮୩, ବଲାଙ୍ଗିରରୁ ୭୯, କେନ୍ଦୁଝରରୁ ୬୯, ପୁରୀରୁ ୬୩, ଜଗତସିଂହପୁରରୁ ୬୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୨୬ ଆକ୍ରାନ୍ତ ।

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୮ ହଜାର ୭୬୮କୁ ବୃଦ୍ଧି ପାଇଥିବା ବେଳେ ଏ ଯାଏଁ ୨ ଲକ୍ଷ ୮୩ ହଜାର ୫୩୩ ଜଣ ସୁସ୍ଥ ହୋଇଛନ୍ତି । ୧୩ ହଜାର ୭୮୯ ରୋଗୀ ଚିକିତ୍ସାଧୀନ ଅଛନ୍ତି । ଏଣେ ରାଜ୍ୟରେ କୋରୋନାଜନିତ ମୃତ୍ୟୁ ସଂଖ୍ୟା ୧ ହଜାର ୩୯୩କୁ ବୃଦ୍ଧି ପାଇଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୫ ଜଣ ରୋଗା ପ୍ରାଣ ହରାଇଛନ୍ତି ।

COVID-19