ଦେଶରେ ୫୦ ହଜାର ୩୫୭ ନୂଆ କୋରୋନା ସଂକ୍ରମିତ ଚିହ୍ନଟ, ମୋଟ ମାମଲା ୮୪ ଲକ୍ଷ ୬୨ ହଜାର ୮୧, ଦିନକରେ ୫୭୭ ମୃତ | News Room Odisha

ଦେଶରେ ୫୦ ହଜାର ୩୫୭ ନୂଆ କୋରୋନା ସଂକ୍ରମିତ ଚିହ୍ନଟ, ମୋଟ ମାମଲା ୮୪ ଲକ୍ଷ ୬୨ ହଜାର ୮୧, ଦିନକରେ ୫୭୭ ମୃତ

ନୂଆଦିଲ୍ଲୀ – ଦେଶରେ ଗତ ୨୪ ଘଂଟାରେ ୫୦ ହଜାର ୩୫୭ ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୪ ଲକ୍ଷ ୬୨ ହଜାର ୮୧କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୭୮ ଲକ୍ଷ ୧୯ ହଜାର ୮୮୭ ଜଣ ସୁସ୍ଥ ହୋଇସାରିଲେଣି । ୫ ଲକ୍ଷ ୧୬ ହଜାର ୬୩୨ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି । ଏଣେ ଦେଶରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୫ ହଜାର ୫୬୨କୁ ବୃଦ୍ଧି ପାଇଛି । ଗତ ୨୪ ଘଂଟାରେ ୫୭୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୩ ହଜାର ୯୨୦ ରୋଗୀ ସୁସ୍ଥ ହୋଇଛନ୍ତି ।

COVID-19