ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୮୬ ଲକ୍ଷ ଟପିଲା, ଗତ ୨୪ ଘଣ୍ଟାରେ ଆଉ ୪୪ ହଜାର ନୂଆ ମାମଲା, ୫୧୨ ମୃତ | News Room Odisha

ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୮୬ ଲକ୍ଷ ଟପିଲା, ଗତ ୨୪ ଘଣ୍ଟାରେ ଆଉ ୪୪ ହଜାର ନୂଆ ମାମଲା, ୫୧୨ ମୃତ

ନୂଆଦିଲ୍ଲୀ – ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୬ ଲକ୍ଷ ଟପିଛି । ଗତ ୨୪ ଘଣ୍ଟାରେ ଆଉ ୪୪,୨୮୧ ନୂଆ ମାମଲା ସାମ୍ନାକୁ ଆସିଛି । ଆଉ ୫୧୨ ଜଣଙ୍କ ମୃତ୍ୟୁ ବି ହୋଇଛି । ଏଥିସହ ଦେଶରେ ମୋଟ ସଂକ୍ରମିତ ସଂଖ୍ୟା ୮୬,୩୬,୦୧୨ରେ ପହଞ୍ଚଛି । ମୃତକ ସଂଖ୍ୟା ୧,୨୭,୫୭୧କୁ ବୃଦ୍ଧି ପାଇଛି । କରୋନା ଜନିତ ଜାତୀୟ ମୃତ୍ୟୁ ହାର ୧.୫ ପ୍ରତିଶତ ରହିଛି । ସୁସ୍ଥ ହାର ବି ବଢିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ, ଏଯାବତ୍ ଦେଶରେ ୮୦ ଲକ୍ଷରୁ ଊର୍ଦ୍ଧ୍ୱ ରୋଗୀ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ଆଉ ୬୫୫୭ ଲୋକ ସୁସ୍ଥ ହୋଇଛନ୍ତି । ସୁସ୍ଥ ହାର ୯୨.୮ ପ୍ରତିଶତରେ ପହଞ୍ଚଛି । ଦେଶରେ ଏବେ କେବଳ ୪,୯୪,୬୫୭ ରୋଗୀ ଚିକିତ୍ସାଧୀନ ଅଛନ୍ତି । ପ୍ରାୟ ଚାରି ମାସ ପରେ ସକ୍ରିୟ ମାମଲା ୫ଲକ୍ଷ ତଳକୁ ଖସିଛି ।

COVID-19