ହ୍ରାସ ପାଉଛି କୋରୋନା ରୋଗୀଙ୍କ ସଂଖ୍ୟା,କଟକରେ ବନ୍ଦହେବ କୋଭିଡ କେୟାର ସେଂଟର | News Room Odisha

ହ୍ରାସ ପାଉଛି କୋରୋନା ରୋଗୀଙ୍କ ସଂଖ୍ୟା,କଟକରେ ବନ୍ଦହେବ କୋଭିଡ କେୟାର ସେଂଟର

କଟକ- କଟକ ଜିଲ୍ଲାରେ କୋରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଓ ସ୍ଥିତି ନିୟନ୍ତ୍ରଣରେ ଥିବାରୁ କୋଭିଡ କେୟାର ସେଂଟର ବନ୍ଦ ହେବ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । କୋରୋନାରୁ ସୁସ୍ଥ ରୋଗୀଙ୍କ ଡାକ୍ତରୀ ପରୀକ୍ଷା ପାଇଁ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସପିଟାଲରେ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

COVID-19