ବାଲେଶ୍ୱର ଗସ୍ତରେ ଯାଇ କ୍ରୀଡା ଭିତିଭୂମିର ସମୀକ୍ଷା କଲେ ବିଭାଗୀୟ ମନ୍ତ୍ରୀ ତୁଷାରକାନ୍ତି ବେହେରା | News Room Odisha

ବାଲେଶ୍ୱର ଗସ୍ତରେ ଯାଇ କ୍ରୀଡା ଭିତିଭୂମିର ସମୀକ୍ଷା କଲେ ବିଭାଗୀୟ ମନ୍ତ୍ରୀ ତୁଷାରକାନ୍ତି ବେହେରା

ବାଲେଶ୍ୱର: ଆଜି ମନ୍ତ୍ରୀ ତୁଷାରକାନ୍ତି ବେହେରା ମହୋଦୟ ବାଲେଶ୍ୱର ଗସ୍ତରେ ଯାଇ ସେଠାକାର ସମସ୍ତ କ୍ରୀଡାଭିତ୍ତିଭୂମିର ସମୀକ୍ଷା କରିଥିଲେ l ଜିଲ୍ଲାରେ କ୍ରୀଡାର ସମସ୍ତ ସ୍ଥିତିକୁ ଉନ୍ନତିର ଶୀର୍ଷରେ ପହଞ୍ଚାଇ କିଭଳି ପ୍ରତିଭାଙ୍କୁ ଉତ୍ସାହିତ କରାଯାଇପାରିବ, ସେ ବିଷୟରେ ବାଲେଶ୍ୱର ଜିଲ୍ଲାପାଳ ଓ ଜିଲ୍ଲା କ୍ରୀଡାଅଧିକାରୀଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ l

ଏହାପରେ ଜିଲ୍ଲାପ୍ରଶାସନ, ବାଲେଶ୍ୱର ଦ୍ୱାରା ଆୟୋଜିତ ଉଦଘାଟନୀ ସଭାରେ ଯୋଗଦେଇ କାଠନିର୍ମିତ ଅନ୍ତଗୃହ ବ୍ୟାଡମିଣ୍ଟନ କୋର୍ଟ ଓ କୃତ୍ରିମ ଲନ ମାଧ୍ୟମରେ ନିର୍ମିତ ଟେନିସ କୋର୍ଟର ଶୁଭ ଉଦଘାଟନ କରିଥିଲେ l ରାଜ୍ୟସରକାରଙ୍କ ଏହି ଦୁଇ ଉନ୍ନତ ସର୍ବୋକୃଷ୍ଟ ଯୋଜନା ଖେଳାଳୀଙ୍କ ପ୍ରତିଭାକୁ ବିକଶିତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ l