ପବିତ୍ର ଅକ୍ଷୟ ତୃତୀୟାରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଆରମ୍ଭ, ପାରମ୍ପରିକ ରୀତିନୀତି ସହ ରଥ ନିର୍ମାଣ ଅନୁକୂଳ | News Room Odisha

ପବିତ୍ର ଅକ୍ଷୟ ତୃତୀୟାରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଆରମ୍ଭ, ପାରମ୍ପରିକ ରୀତିନୀତି ସହ ରଥ ନିର୍ମାଣ ଅନୁକୂଳ

ପୁରୀ – କୋରୋନା କଟକଣା ମଧ୍ୟରେ ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି । ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ବି ଅନୁକୂଳ ହୋଇଛି । ଆସନ୍ତା ଘୋଷ ଯାତ୍ରା ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ଆଗରେ ତିନି ରଥର ନିର୍ମାଣ କାର୍ଯ୍ୟ ପାରମ୍ପରିକ ଭାବେ ଆରମ୍ଭ ହୋଇଛି ।

ମହାପ୍ରଭୁଙ୍କ ଆଜ୍ଞାମାଳ ଆସିିବା ପରେ ରଥକାଠ ଅନୁକୂଳ ହୋଇ ରଥ ନିର୍ମାଣ ଆରମ୍ଭ ହୋଇଛି । ବିଜେ ପ୍ରତିମାମାନେ ସିଂହଦ୍ୱାର ଦେଇ ନରେନ୍ଦ୍ର ଚକଡାକୁ ବିଜେ ପାଇଁ ଯିବା ବାଟରେ ଶ୍ରୀନହର ସମ୍ମୁଖରେ ରଥ ଅନୁକୂଳ ସକାଶେ ରହିଥାଆନ୍ତି ।

ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ସେବକମାନେ ଦିଅଁଙ୍କ ବିମାନ ଆଗେ ଆଗେ ଶ୍ରୀନହର ଦ୍ୱାରଠାରେ ପହଂଚିଥାଆନ୍ତି । ପରମ୍ପରା ଅନୁସାରେ ନୀତି ହେବା ପରେ ୩ ରଥ ପାଇଁ ଆଜ୍ଞାମାଳ ପ୍ରଦାନ କରାଯାଇଥାଏ । ଏହାପରେ ଆରମ୍ଭ ହୋଇଥାଏ ରଥ ନିର୍ମାଣ କାର୍ଯ୍ୟ ।