ଭାରତରେ ପହଞ୍ଚିଲା ‘ସ୍ପୁଟ୍‌ନିକ୍‌-ଭି’ର ଦ୍ୱିତୀୟ ବ୍ୟାଚ୍ | News Room Odisha

ଭାରତରେ ପହଞ୍ଚିଲା ‘ସ୍ପୁଟ୍‌ନିକ୍‌-ଭି’ର ଦ୍ୱିତୀୟ ବ୍ୟାଚ୍

ହାଇଦ୍ରାବାଦ: ରୁଷୀୟ ଟିକା ‘ସ୍ପୁଟନିକ୍‌-ଭି’ର ଦ୍ୱିତୀୟ ବ୍ୟାଚ୍ ଆଜି ଭାରତରେ ପହଞ୍ଚିଛି । ଏହା ପୂର୍ବରୁ ମେ ୧ରେ ଏହି ଟିକାର ପ୍ରଥମ ବ୍ୟାଚ ଭାରତ ପାଇଥିଲା ।

ଭାରତୀୟ କେନ୍ଦ୍ରୀୟ ଡ୍ରଗ୍ ଲାବୋରେଟୋରି ଠାରୁ ଏହି ରୁଷୀୟ ଭାକ୍ସିନର ଯୋଗାଣ ପାଇଁ ମଞ୍ଜୁରି ମିଳିସାରିଛି । ‘ସ୍ପୁଟନିକ୍‌-ଭି’ର ଭାରତୀୟ ଉତ୍ପାଦନକାରୀ କମ୍ପାନୀ ଜରିଆରେ ଏହି ଟିକା ବିଭିନ୍ନ ରାଜ୍ୟକୁ ଯୋଗାଇ ଦିଆଯିବ । ଆସନ୍ତା ସପ୍ତାହ ଠାରୁ ଏହି ଟିକା ଲୋକଙ୍କୁ ଦିଆଯିବା ସମ୍ଭାବନା ରହିଛି । ସମ୍ପ୍ରତି କୋଭିଡ୍ ବିରୋଧୀ ଟିକାକରଣରେ ସେରମ୍ ଇନଷ୍ଟିଚ୍ୟୁଟ୍‌ର ‘କୋଭିଶିଲ୍ଡ’ ଏବଂ ଭାରତ ବାୟୋଟେକ୍‌ର ‘କୋଭାକ୍ସିନ’ ଟିକା ବ୍ୟବହାର କରାଯାଉଛି । ‘ସ୍ପୁଟ୍‌ନିକ-ଭି’କୁ ରୁଷ୍‌ର ଗାମଲେୟା ନ୍ୟାସନାଲ ସେଣ୍ଟର ବିକଶିତ କରିଛି । ଭାରତରେ ଏହି ଟିକାର ପ୍ରତି ଡୋଜ୍ ମୂଲ୍ୟ ୯୯୫ ଟଙ୍କା ଧାର୍ଯ୍ୟ କରାଯାଇଛି ।