ଶ୍ରୀମନ୍ଦିରରେ ଜୁନ୍ ୧୫ ଯାଏଁ ବଢିଲା ଭକ୍ତଙ୍କ ପ୍ରବେଶ କଟକଣା | News Room Odisha

ଶ୍ରୀମନ୍ଦିରରେ ଜୁନ୍ ୧୫ ଯାଏଁ ବଢିଲା ଭକ୍ତଙ୍କ ପ୍ରବେଶ କଟକଣା

ପୁରୀ- ଶ୍ରୀମନ୍ଦିରରେ ଜୁନ୍ ୧୫ ତାରିଖ ଯାଏଁ ଭକ୍ତଙ୍କ ପ୍ରବେଶ କଟକଣା ବୃଦ୍ଧି କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ଅବଧି ବୃଦ୍ଧି କରାଯାଇଛି । କୋରୋନା ସ୍ଥିତି ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ସମୀକ୍ଷା ବୈଠକ ପରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ କଟକଣା ଅବଧି ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଥିଲା । ସୀମିତ ସେବାୟତଙ୍କୁ ନେଇ ଶ୍ରୀଜିଉଙ୍କ ନୀତିକାନ୍ତି ହେବ ।