କୋରୋନା ମୁକାବିଲା : କୋଭିଡ ଆକ୍ରାନ୍ତ ଶିଶୁଙ୍କ ତଦାରଖ ପାଇଁ ଗଠନ ହେଲା ସ୍ୱତନ୍ତ୍ର କମିିଟି | News Room Odisha

କୋରୋନା ମୁକାବିଲା : କୋଭିଡ ଆକ୍ରାନ୍ତ ଶିଶୁଙ୍କ ତଦାରଖ ପାଇଁ ଗଠନ ହେଲା ସ୍ୱତନ୍ତ୍ର କମିିଟି

ଭୁବନେଶ୍ୱର- କୋଭିଡ ଆକ୍ରାନ୍ତ ଶିଶୁଙ୍କ ପର୍ଯ୍ୟବେକ୍ଷଣ ଲାଗି କମିଟି ଗଠନ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗଠିତ ୮ ଜଣିଆ କମିଟିରେ ଡିଏମଇଟି ଅଧ୍ୟକ୍ଷ ରହିଛନ୍ତି । ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ କମିଟିର ଆବାହକ ଅଛନ୍ତି । ଶିଶୁଙ୍କ କ୍ଷେତ୍ରରେ ସଂକ୍ରମଣ ବଢୁଥିବାରୁ କମିଟି ଏହାର ତର୍ଜମା କରିବ ।

ଏଣେ କୋରୋନା ଟିକାକରଣ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । । ୧୮ରୁ ୪୪ ବର୍ଷ ବୟସ୍କ ବର୍ଗଙ୍କୁ କୋଭିଡ ସୁରକ୍ଷା ଲାଗି କମିଟି ଗଠନ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାମ ବିଭାଗ ଦ୍ୱାରା ୧୨ ଜଣିଆ କମିଟି ଗଠନ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପରାମର୍ଶଦାତା ଶ୍ରୀନାଥ ରେଡ୍ଡିଙ୍କ ନେତୃତ୍ୱାଧିନ କମିଟି ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକାକରଣର ତଦାରଖ କରିବ ।