ଶିବସୁନ୍ଦରଙ୍କୁ ଶୁଭେଚ୍ଛାର ସୁଅ, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ | News Room Odisha

ଶିବସୁନ୍ଦରଙ୍କୁ ଶୁଭେଚ୍ଛାର ସୁଅ, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଓଡିଶାର ପୂର୍ବତନ ଟେଷ୍ଟ କ୍ରିକେଟର ଶିବସୁନ୍ଦର ଦାସଙ୍କୁ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତି କରିଛି ବିସିସିଆଇ । ଶିବସୁନ୍ଦରଙ୍କୁ ଏହି ନୂଆ ଦାୟିତ୍ୱ ମିଳିବା ପରେ ତାଙ୍କୁ ସବୁଆଡୁ ଶୁଭେଚ୍ଛା ଓ ଅଭିନନ୍ଦନ ମିଳିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶିବସୁନ୍ଦରଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶିବସୁନ୍ଦରଙ୍କ ତ ତ୍ତ୍ୱାବଧାନରେ ଭାରତୀୟ ମହିଳା କ୍ରିକେଟ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।