ଦୁନିଆକୁ ଏକାଠି ଆସିଥିଲେ, ଏକାଠି ଚାଲିଗଲେ | News Room Odisha

ଦୁନିଆକୁ ଏକାଠି ଆସିଥିଲେ, ଏକାଠି ଚାଲିଗଲେ

ହାଇଦ୍ରାବାଦ: ଏକାଠି ଏହି ଦୁନିଆକୁ ଆସିଥିଲେ । ଏକାଠି ବିଦାୟ ନେଇଗଲେ । କୋଭିଡ୍‌ରେ ଆଗପଛ ହୋଇ ଚାଲିଗଲେ ଯାଆଁଳା ଭାଇ ଜୋଫ୍ରେଡ୍ ଓ ରାଲଫ୍ରେଡ୍ ।

ଉତ୍ତର ପ୍ରଦେଶର ମେରଟ୍ ସହରରୁ ଏଭଳି ଏକ ଦୁଃଖଦ ଖବର ଆସିଛି । ଜୋଫ୍ରେଡ୍ ଓ ରାଲଫ୍ରେଡ୍ ନା କେବଳ ଦେଖିବାକୁ ସମାନ, ଦୁହେଁ ସବୁ କାର୍ଯ୍ୟ ମଧ୍ୟ ଏକାଠି କରୁଥିଲେ । ଜୋଫ୍ରେଡ୍ ଓ ରାଲଫ୍ରେଡ୍ ହାଇଦ୍ରାବାଦର ଏକ ବଡ଼ କମ୍ପାନୀରେ ଚାକିିରି ମଧ୍ୟ ପାଇଥିଲେ ।
ନିଜ ୨୪ତମ ଜନ୍ମଦିନର ଦିନକ ପରେ ଏପ୍ରିଲ ୨୪ରେ ଏହି ଯାଆଁଳା ଭାଇ ଯୋଡା କୋଭିଡ୍‌ରେ ଆକ୍ରାନ୍ତ ହୋଇଥିଲେ । କିଛି ସପ୍ତାହ ପରେ ଆଗପଛ ହୋଇ ଦୁନିଆରୁ ବିଦାୟ ନେଇଥିଲେ ଜୋଫ୍ରେଡ୍ ଓ ରାଲଫ୍ରେଡ୍ ।

ଜୋଫ୍ରେଡ୍‌ଙ୍କ କ୍ଷେତ୍ରରେ ଯାହା ଘଟୁଥିଲା, ରାଲଫ୍ରେଡ୍‌ଙ୍କ ସହ ମଧ୍ୟ ତାହା ହେଉଥିଲା । ଜନ୍ମଠୁ ଉଭୟଙ୍କ ଜୀବନ ଏମିତି ହିଁ ଥିଲା ବୋଲି ଏହି ଯାଆଁଳା ଭାଇଙ୍କ ବାପା ଗ୍ରେଗରି ରେମଣ୍ଡ୍ ରାଫେଲ୍ କହିଛନ୍ତି । ଜୋଫ୍ରେଡ୍‌ର ମୃତ୍ୟୁ ହେବା ପରେ ମୁଁ ମୋ ପତ୍ନୀଙ୍କୁ କହିଥିଲି, ରାଲଫ୍ରେଡ୍ ଆଉ ଏକାକି ଘରକୁ ଫେରିବନି । ଉଭୟ ମେ ୧୩ ଓ ୧୪ରେ ମାତ୍ର କିଛି ଘଣ୍ଟା ବ୍ୟବଧାନରେ ଆରପାରିକି ଚାଲିଯାଇଥିଲେ ବୋଲି ରାଫେଲ୍ କହିଛନ୍ତି ।

ଉଭୟଙ୍କ ଅନେକ ସ୍ୱପ୍ନ ଥିଲା । ନିଜ କ୍ୟାରିୟର ପାଇଁ ଅନେକ ଯୋଜନା କରିଥିଲେ ଜୋଫ୍ରେଡ୍‌-ଆଲଫ୍ରେଡ୍ । ହେଲେ ତାହା ସବୁ ଅଧୁରା ରଖିଦେଲା କୋଭିଡ୍ ।