ଓସ୍କାର ପୁରସ୍କାର ୨୦୨୨: 'କୋଡା' ଶ୍ରେଷ୍ଠ ଫିଲ୍ମ, ୱିଲ୍ ସ୍ମିଥ୍ ଶ୍ରେଷ୍ଠ ଅଭିନେତା, ଜେସିକା ଚେଷ୍ଟେନ୍ ଶ୍ରେଷ୍ଠ ଅଭିନେତ୍ରୀ | News Room Odisha

ଓସ୍କାର ପୁରସ୍କାର ୨୦୨୨: ‘କୋଡା’ ଶ୍ରେଷ୍ଠ ଫିଲ୍ମ, ୱିଲ୍ ସ୍ମିଥ୍ ଶ୍ରେଷ୍ଠ ଅଭିନେତା, ଜେସିକା ଚେଷ୍ଟେନ୍ ଶ୍ରେଷ୍ଠ ଅଭିନେତ୍ରୀ

ଲସ୍ ଆଞ୍ଜେଲେସ୍: ଆମେରିକାର ଲସ୍ ଆଞ୍ଜେଲ୍ସର ଡଲବି ଥିଏଟରରେ ୯୪ତମ ଓସ୍କାର ପୁରସ୍କାର ଉତ୍ସବ ଅନୁଷ୍ଠିତ ହୋଇଯାଇଛି |

ଉଲ୍ଲେଖଥାଉ କି, ଚଳିତ ବର୍ଷ ବିଜେତାଙ୍କ ଆନନ୍ଦ ଏବଂ ଉତ୍ସବ ମଧ୍ୟରେ ଅଭିନେତା ୱିଲ୍ ସ୍ମିଥ୍ ହାସ୍ୟ ଅଭିନେତା କ୍ରିସ୍ ରକଙ୍କୁ ଚାପୁଡ଼ା ମାରିବା ଚର୍ଚ୍ଚାର ବିଷୟ ପାଲଟିଛି |

ଫିଲ୍ମ ‘କିଙ୍ଗ୍ ରିଚାର୍ଡ’ ପାଇଁ ଶ୍ରେଷ୍ଠ ଅଭିନେତା ଭାବରେ ୱିଲ ସ୍ମିଥଙ୍କୁ ଓସ୍କାର ପ୍ରଦାନ କରାଯାଇଛି | ତେବେ ୱିଲ୍ ସ୍ମିଥ୍ ପୁରସ୍କାର ପାଇବା ପୂର୍ବରୁ ଏହି ପୁରା ଘଟଣା ଘଟିଥିଲା ​​| କ୍ରିସ୍ ରକ୍ ଏହି କାର୍ଯ୍ୟକ୍ରମରେ ୱିଲ୍ ସ୍ମିଥଙ୍କ ପତ୍ନୀ ଜାଡା ପିଙ୍କେଟଙ୍କୁ ପରିହାସ କରିଥିଲେ |

ଜାଣନ୍ତୁ କିଏ ଏଥର କେଉଁ ବର୍ଗରେ ଏକାଡେମୀ ପୁରସ୍କାର ଜିତିଛନ୍ତି –

ଶ୍ରେଷ୍ଠ ଫିଲ୍ମ – କୋଡା

ଶ୍ରେଷ୍ଠ ଅଭିନେତ୍ରୀ – ଜେସିକା ଚେଷ୍ଟେନ୍- ଦି ଆଇ ଅଫ୍ ଟମି ଫାଏ

ଶ୍ରେଷ୍ଠ ଅଭିନେତା – ୱିଲ୍ ସ୍ମିଥ୍ – କିଙ୍ଗ ରିଚାର୍ଡ

ଶ୍ରେଷ୍ଠ ପାର୍ଶ୍ବ ଅଭିନେତ୍ରୀ – ଆରିଆନା ଡିବୋସ୍ – ୱେଷ୍ଟ ସାଇଡ୍ ଷ୍ଟୋରୀ

ଶ୍ରେଷ୍ଠ ପାର୍ଶ୍ବ ଅଭିନେତା – ଟ୍ରାଇ କାଉଚର୍ – କୋଡା

ଶ୍ରେଷ୍ଠ ନିର୍ଦ୍ଦେଶକ – ଜେନ କାମ୍ପିଅନ୍ – ଦି ପାଓ୍ବାର ଅଫ୍ ଦି ଡଗ୍

ଶ୍ରେଷ୍ଠ ଆନିମେସନ୍ ଫିଲ୍ମ – ଏନକାଣ୍ଟୋ

ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ – ସମର୍ ଅଫ୍ ସୋଲ୍

ଶ୍ରେଷ୍ଠ ମୂଳ ଗୀତ – ନୋ ଟାଇମ୍ ଟୁ ଡାଏ – ନୋ ଟାଇମ୍ ଟୁ ଡାଏ (ବିଲି ଆଇଲିଶ ଏବଂ ଫିନାସ ଓ’କନେଲ)

ଶ୍ରେଷ୍ଠ ମୂଳ ସଙ୍ଗୀତ – ଡ୍ୟୁନ୍ – ହାନ୍ସ ଜିମର୍

ଶ୍ରେଷ୍ଠ ସିନେମାଟୋଗ୍ରାଫି – ଡ୍ୟୁନ୍ – ଗ୍ରେଗ୍ ଫ୍ରେଜର

ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଲ୍ମ – ଡ୍ରାଇଭ୍ ମାଇ କାର୍ (ଜାପାନ)

ଶ୍ରେଷ୍ଠ ମୂଳ ପଟ୍ଟକଥା – ବେଲଫାଷ୍ଟ – ସାର୍ କେନେଥ୍ ବ୍ରାନାଗ୍

ଶ୍ରେଷ୍ଠ ଉଦ୍ଧୃତ ପଟ୍ଟକଥା – କୋଡା – ସିଆନ୍ ହେଡର୍

ଶ୍ରେଷ୍ଠ ଚିତ୍ରତ୍ତୋଳନ – ଡ୍ୟୁନ୍ – ଗ୍ରିଗ୍ ଫ୍ରେଜର