ଚଳିତ ସିଜନ୍ ପରେ ଟେନିସକୁ ଗୁଡବାଏ କରିବେ ସାନିଆ | News Room Odisha

ଚଳିତ ସିଜନ୍ ପରେ ଟେନିସକୁ ଗୁଡବାଏ କରିବେ ସାନିଆ

ନୂଆଦିଲ୍ଲୀ: ଭାରତୀୟ ଟେନିସ଼ ଷ୍ଟାର୍ ସାନିଆ ମିର୍ଜା ଅବସର ଘୋଷଣା କରିଛନ୍ତି। ଅଷ୍ଟ୍ରେଲିଆନ ଓପନ୍ ଖେଳିବାକୁ ଆସିଥିବା ସାନିଆ କହିଛନ୍ତି ଯେ ୨୦୨୨ ତାଙ୍କର ଶେଷ ସିଜନ୍ ହେବ | ବୁଧବାର ଅଷ୍ଟ୍ରେଲିଆନ ଓପନ୍ ମହିଳା ଡବଲ୍ସର ପ୍ରଥମ ରାଉଣ୍ଡ ମ୍ୟାଚରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା।

ସେ ଏବଂ ୟୁକ୍ରେନର ନାଦିଆ କିଚେନୋକଙ୍କୁ ସ୍ଲୋଭେନିଆର ତମାରା ଜିଡାନେକ୍ ଏବଂ କାଜା ଜୁଭାନ୍ ୪-୬ ୬-୭ (୫) ରେ ପରାସ୍ତ କରିଥିଲେ | ଏହି ପରାଜୟ ସହ ମହିଳା ଡବଲ୍ସର ତାଙ୍କ ଅଭିଯାନ ଶେଷ ହୋଇଛି ।ସାନିଆ ଏବେ ଅଷ୍ଟ୍ରେଲିଆନ ଓପନରେ ମିକ୍ସଡ୍ ଡବଲ୍ସରେ ଖେଳିବେ | ଏଥିରେ ତାଙ୍କ ପାର୍ଟନର ହେବେ ଆମେରିକାର ରାଜୀବ ରାମ।

ମହିଳା ଡବଲ୍ସରେ ସାନିଆ ୬ଟି ଗ୍ରାଣ୍ଡସ୍ଲାମ୍ ଟାଇଟଲର ଜିତିଛନ୍ତି । ମିର୍ଜା ୨୦୧୬ରେ ଅଷ୍ଟ୍ରେଲିଆନ ଓପନ୍, ୨୦୧୫ରେ ୱିମ୍ବଲଡନ୍ ଏବଂ ୟୁଏସ୍ ଓପନ୍ ଜିତିଥିଲେ | ଏଥିସହ ସାନିଆ ୨୦୦୯ରେ ଅଷ୍ଟ୍ରେଲିଆନ ଓପନ୍, ୨୦୧୨ରେ ଫ୍ରେଞ୍ଚ ଓପନ୍ ଏବଂ ୨୦୧୪ରେ ୟୁଏସ୍ ଓପନ୍ ମିକ୍ସଡ୍ ଡବଲ୍ସ ଟାଇଟଲର ହାସଲ କରିଥିଲେ |

୩୫ ବର୍ଷୀୟା ସାନିଆ ଭାରତର ସବୁଠାରୁ ବଡ଼ ମହିଳା ଟେନିସ୍ ତାରକା | ସେ ୨୦୦୩ରେ ଟେନିସରେ ନିଜର ପ୍ରଫେସନାଲ କ୍ୟାରିୟର ଆରମ୍ଭ କରିଥିଲେ | ଗତ ୧୯ ବର୍ଷ ଧରି ସେ ଟେନିସ ଖେଳି ଆସୁଛନ୍ତି । ମାଆ ହେବା ପରେ ସେ ଦେଢବର୍ଷ ଟେନିସରୁ ଦୂରେଇ ରହିଥିଲେ । ୨୦୧୯ରେ ପୁଣି ସେ କୋର୍ଟକୁ ଫେରିଥିଲେ । ହେଲେ କରୋନା‌ ମହାମାରୀ ଯୋଗୁଁ ତାଙ୍କ ପ୍ରତ୍ୟାବର୍ତ୍ତନ ପ୍ରଭାବିତ ହୋଇଥିଲା ।