ଏଥର ମଧ୍ୟ ଯବାନଙ୍କ ସହ ଦୀପାବଳୀ ପାଳିବେ ମୋଦି | News Room Odisha

ଏଥର ମଧ୍ୟ ଯବାନଙ୍କ ସହ ଦୀପାବଳୀ ପାଳିବେ ମୋଦି

ନୂଆଦିଲ୍ଲୀ – ପ୍ରତିବର୍ଷ ପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୀମାରେ ମୁତୟନ ହୋଇଥିବା ଯବାନ ମାନଙ୍କ ସହ ଦୀପାବଳି ପାଳନ କରିବେ। ସୂଚନାନୁସାରେ, ଦୀପାବଳି ପାଳନ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ଏଥର ଜୈସଲମେର ଯାଇପାରନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସିଡିଏସ୍ ବିପିନ ରାୱତ ଏବଂ ସ୍ଥଳସେନା ମୁଖ୍ୟ ଏମଏମ ନରାଓ୍ବଣେ ମଧ୍ୟ ଜୈସଲମେର ଯିବେ।

ଜୈସଲମେର ପାକିସ୍ତାନ ନିକଟବର୍ତ୍ତୀ ସୀମା ଏବଂ ଏଠାରେ ବିଏସ୍ଏଫ୍ ନିୟୋଜିତ ହୋଇଛି। ଏଠାରେ ପ୍ରସିଦ୍ଧ ତାନୋଟ ମାତା ମନ୍ଦିର ଅଛି ।

ଗତ ବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଜାମ୍ମୁ କାଶ୍ମୀରର ରାଜୋରୀ ରେ ସେନା ବାହିନୀ ଯବାନଙ୍କ ସହ ଦୀପାବଳି ପାଳିଥିଲେ। ସେନା ପୋଷାକରେ ପିଏମ ମୋଦି ଯବାନଙ୍କୁ
ଭେଟି ସେମାନଙ୍କୁ ମିଠା ଖୁଆଇଥିଲେ ।

ଏହାପୂର୍ବରୁ ୨୦୧୮ ରେ ମୋଦି ସେନା ଏବଂ ଆଇଟିବିପି ଯବାନଙ୍କ ମଧ୍ୟରେ ଉତ୍ତରାଖଣ୍ଡର ଉତ୍ତରାକାଶିରେ ଦୀପାବଳି ପାଳନ କରିଥିଲେ।
ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ଦୀପାବଳୀ ପାଇଁ ଶୁଭେଚ୍ଛା ଜଣାଇବା ସହ ସୀମାରେ ମୁତୟନ ଭାରତୀୟ ସୈନିକଙ୍କ ନାମରେ ଗୋଟିଏ ଗୋଟିଏ ଦୀପ ଜଳାଇବାକୁ ନିବେଦନ କରିଛନ୍ତି ।

 

PM Narendra Modi