ଘନୀଭୂତ ହେଉଛି ଲଘୁଚାପ, ଆଜି ନେବ ଅବପାତର ରୂପ | News Room Odisha

ଘନୀଭୂତ ହେଉଛି ଲଘୁଚାପ, ଆଜି ନେବ ଅବପାତର ରୂପ

ଭୁବନେଶ୍ୱର- ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହେଉଛି । ଆଜି ଏହା ଅବପାତର ରୂପ ନେବ । ୨୪ ତାରିଖରେ ଏହା ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି ।

୨୬ ତାରିଖରେ ବାତ୍ୟା ଉତ୍ତର ଓଡିଶା, ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ପହଂଚିବା ସମ୍ଭାବନା ରହିଛି । ଅତି ତୀବ୍ର ସାମୁଦ୍ରିକ ଝଡରେ ପରିଣତ ହୋଇପାରେ ବାତ୍ୟା ୟଶ୍ । ଏହାର ପ୍ରଭାବରେ ଉତ୍ତର ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଅଧିକ ପ୍ରଭାବିତ ହେବା ଆଶଙ୍କା ରହିଛି । ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, କଟକ, ପୁରୀରେ ୨୦ ସେଂଟିମିଟରରୁ ଅଧିକ ବର୍ଷା ହେବା ଅନୁମାନ କରାଯାଉଛି ।

୨୪ ତାରିଖ ସଂଧ୍ୟାରୁ ୪୦ କିଲୋମିଟର ବେଗରେ ପବନ ବହିବା ଆରମ୍ଭ କରିବ । ୨୬ ତାରିଖରେ ପବନର ବେଗ ଘଂଟା ପ୍ରତି ୧୦୦ରୁ ୧୧୦ କିଲୋମିଟର ରହିବ ବୋଲି ସୂଚନା ମିଳିଛି ।

Cyclone Yaas