ରାଜ୍ୟରେ ଦିନକରେ ୨୮ କୋରୋନା ରୋଗୀଙ୍କ ମୃତ୍ୟୁ | News Room Odisha

ରାଜ୍ୟରେ ଦିନକରେ ୨୮ କୋରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୮ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଓଡିଶାରେ ମୋଟ ମୃତ୍ୟୁସଂଖ୍ୟା ୨ ହଜାର ୪୮୪କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କଳାହାଣ୍ଡି ଓ ସୁନ୍ଦରଗଡରୁ ୪ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି । ଅନୁଗୁଳ ଓ କେନ୍ଦ୍ରାପଡା ଜିଲ୍ଲାରୁ ୩ ଜଣ ଲେଖାଏଁ ପ୍ରାଣ ହରାଇଥିବା ବେଳେ ନବରଙ୍ଗପୁରରୁ ୨, ପୁରୀରୁ ୨ ଓ ରାୟଗଡା ଜିଲ୍ଲାରୁ ୨ଜଣ ପ୍ରାଣ ହରାଇଛନ୍ତି ।

COVID-19