ସମ୍ଭାବ୍ୟ ବାତ୍ୟା ୟସର ମୁକାବିଲା ପ୍ରସ୍ତୁତି ନେଇ ଆଜି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ | News Room Odisha

ସମ୍ଭାବ୍ୟ ବାତ୍ୟା ୟସର ମୁକାବିଲା ପ୍ରସ୍ତୁତି ନେଇ ଆଜି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ସମ୍ଭାବ୍ୟ ବାତ୍ୟା ୟସ୍ ଦୃଷ୍ଟିରୁ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୟାସ୍ ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିବେ ।

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ମୁଖ୍ୟ ସଚିବ, ଏସଆରସି ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ । ଆଜି ଅପରାହ୍ନରେ ସମୀକ୍ଷା ବୈଠକ କରିବେ ମୁଖ୍ୟମନ୍ତ୍ରୀ ।

ବାତ୍ୟା ୟାଶ୍ ଯୋଗୁଁ ଯେ କୌଣସି ପରିସ୍ଥିତିର ମୁକାବିଲା ସହ ଜିରୋ କାଜୁଆଲିଟି ଲକ୍ଷ୍ୟ ନେଇ ବାତ୍ୟା ମୁକାବିଲା ପାଇଁ ସରକାର ଅଂଟା ଭିଡିଛନ୍ତି । ୧୦ଟି ଉପକୂଳବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଗରୁ ହିଁ ସତର୍କ କରିଦିଆଯାଇଛି ।

Chief Minister Naveen PatnaikCyclone YaasOdisha