ଶିଶୁ ଦିବସ ଉପଲକ୍ଷେ ପିଲାମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, ଘରେ ରହି ସୁରକ୍ଷିତ ଦୀପାବଳି ପାଳନ କରିବାକୁ ପରାମର୍ଶ | News Room Odisha

ଶିଶୁ ଦିବସ ଉପଲକ୍ଷେ ପିଲାମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, ଘରେ ରହି ସୁରକ୍ଷିତ ଦୀପାବଳି ପାଳନ କରିବାକୁ ପରାମର୍ଶ

ଭୁବନେଶ୍ୱର- ଆଜି ଶିଶୁ ଦିବସ । ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିନ । ଏହି ଅବସରରେ ଛାତ୍ରଛାତ୍ରୀ ଓ ଶିଶୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୀପାବଳି ଥିବାରୁ ଘରେ ରହି ସୁରକ୍ଷିତ ଭାବେ ଆଲୋକର ପର୍ବ ପାଳନ ପାଇଁ ସେ ପିଲାମାନଙ୍କୁ ପରାମର୍ଶ ଦେଇଛନ୍ତି ।

ସାଙ୍ଗସାଥିଙ୍କ ସହ ମିଶିପାରି ନ ଥିବାରୁ ମନଦୁଃଖ ନ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ, ସ୍ୱାସ୍ଥ୍ୟ ହିଁ ସଂପଦ । ଆସନ୍ତାବର୍ଷ ଟିକା ଆସିବା ପରେ ପୁଣି ସବୁ ସ୍ୱାଭାବିକ ହେବ ବୋଲି ନବୀନ କହିଛନ୍ତି ।

CM Naveen Patnaik