ମାଲକାନଗିରି ଗୋରାସେତୁରେ ବିଏସଏଫ ଏଡିଜି, ମାଓ ମୁକାବିଲା ସ୍ଥିତିର ସମୀକ୍ଷା | News Room Odisha

ମାଲକାନଗିରି ଗୋରାସେତୁରେ ବିଏସଏଫ ଏଡିଜି, ମାଓ ମୁକାବିଲା ସ୍ଥିତିର ସମୀକ୍ଷା

ମାଲକାନଗିରି- ସୀମା ସୁରକ୍ଷା ବାହିନୀ ( ବିଏସଏଫ୍ )ର ଅତିରିକ୍ତ ଡିଜି ଏସ.ଏଲ ଥାଓସେନ ଆଜି ମାଲକାନଗିରି ସ୍ୱାଭିମାନ ଅଂଚଳ ପରିଦର୍ଶନ କରିଛନ୍ତି । ସେ ସ୍ୱାଭିମାନ ଅଂଚର ଗୋରାସେତୁରେ ନୂଆ କରି ପ୍ରତିଷ୍ଠା ହୋଇଥିବା ବିଏସଏପ କ୍ୟାମ୍ପ୍ ପରିଦର୍ଶନ କରିବା ସହ ସେଠାରେ ମୁତୟନ ହୋଇଥିବା ଯବାନମାନଙ୍କ ସହିତ ବୈଠକ କରିଥିଲେ । ସେଠାରେ ମାଓ ମୁକାବିଲା ନେଇ ସ୍ଥିତିର ବି ସେ ସମୀକ୍ଷା କରିଛନ୍ତି ।

ପୂର୍ବରୁ ସେ ହେଲିକପ୍ଟରରେ ଗୋରାସେତୁରେ ପହଂଚିବା ପରେ ସ୍ଥାନୀୟ ଗ୍ରାମବାସୀଙ୍କୁ ଭେଟିବା ସହ ଶିଶୁ ଦିବସ ଅବସରରେ ପିଲାମାନଙ୍କୁ ଉପହାର ପ୍ରଦାନ କରିଥିଲେ । ଏହି ଗସ୍ତରେ ତାଙ୍କ ସହ ବିଏସଏଫର ନବମ ବାଟାଲିୟନ ଡିଆଇଜି ଏସ.କେ ସିଂହ,ମାଓ ଅପରେସନ ଡିଆଇଜି ଅଙ୍କଳେଶ୍ୱର ପାଣ୍ଡେ ଓ ମାଲକାନଗିରି ଏସପି ଋଷିକେଶ ଖିଲାରି ମଧ୍ୟ ସାମିଲ ହୋଇଥିଲେ ।