ଭାରତରେ ବ୍ଲାକ୍ ଫଙ୍ଗସ୍‌ର ୧୧,୭୧୭ ମାମଲା | News Room Odisha

ଭାରତରେ ବ୍ଲାକ୍ ଫଙ୍ଗସ୍‌ର ୧୧,୭୧୭ ମାମଲା

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ବିରଳ ମ୍ୟୁକୋରମାଇକୋସିସ୍ ବା ବ୍ଲାକ୍ ଫଙ୍ଗସ୍‌ର ମାମଲା ବଢ଼ି ଚାଲିଛି । ବିଶେଷକରି କରୋନାରୁ ସୁସ୍ଥ ଲୋକ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଦେଶରେ ବର୍ତ୍ତମାନ ସୁଦ୍ଧା ୧୧,୭୧୭ ବ୍ଲାକ୍ ଫଙ୍ଗସ୍ ମାମଲା ରିପୋର୍ଟ ହୋଇଛି ।
ଗୁଜରାଟରେ ବ୍ଲାକ୍ ଫଙ୍ଗସ୍‌ର ସର୍ବାଧିକ ୨୮୫୯ ମାମଲା ରେକର୍ଡ କରାଯାଇଛି । ଦ୍ୱିତୀୟ ସ୍ଥାନରେ ରହିଛି ମହାରାଷ୍ଟ୍ର । ମହାରାଷ୍ଟ୍ରରେ ଏଯାବତ୍ ଏହି ରୋଗର ୨୭୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆନ୍ଧ୍ର ପ୍ରଦେଶରେ ୭୬୮, ମଧ୍ୟ ପ୍ରଦେଶରେ ୭୫୨ ଓ ତେଲେଙ୍ଗାନାରେ ୭୪୪ ମାମଲା ରେକର୍ଡ କରାଯାଇଛି । ଉତ୍ତର ପ୍ରଦେଶ ଓ ରାଜସ୍ଥାନରେ ମଧ୍ୟ ମ୍ୟୁକୋରମାଇକୋସିସ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହି ଦୁଇ ରାଜ୍ୟରେ ଯଥାକ୍ରମେ ୭୦୧ ଓ ୪୯୨ ବ୍ଲାକ୍ ଫଙ୍ଗସ୍ ମାମଲା ରୁଜୁ କରାଯାଇଛି ।

ଅନ୍ୟ ଯେଉଁ ରାଜ୍ୟମାନଙ୍କରେ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ସଂଖ୍ୟା ବଢ଼ୁଛି ସେଥିମଧ୍ୟରେ କର୍ଣ୍ଣାଟକ (୪୮୧), ହରିୟାଣା (୪୩୬), ତାମିଲନାଡୁ (୨୩୬), ବିହାର (୨୧୫), ପଞ୍ଜାବ (୧୪୧), ଉତ୍ତରାଖଣ୍ଡ (୧୨୪), ନୂଆଦିଲ୍ଲୀ (୧୧୯) ଓ ଛତିଶଗଡ଼ (୧୦୩) ଅଛନ୍ତି ।