ସଂଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକ | News Room Odisha

ସଂଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକ

ଭୁବନେଶ୍ୱର- ଜଣାଶୁଣା ଓଡିଆ ସଂଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା । କିଛି ଦିନ ତଳେ ସେ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ତାଙ୍କୁ ଏସସିବି କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଥିଲା ।

ତୋ ବିନା ମୋ କାହାଣୀ ଅଧା, ଧନରେ ରଖିବୁ ଶପଥ ମୋର , ରଙ୍ଗ୍ ନମ୍ବର, ମୁଁ ସପନର ସୌଦାଗର, ମତେ ଆଣିଦେଲ ଲକ୍ଷେ ଫଗୁଣ,କାଳୀଶଙ୍କର, ତୋର ମୋର ଯୋଡି ସୁନ୍ଦର,ଏସିପି ରଣବୀର ଭଳି ଅନେକ ଓଡିଆ ଫିଲ୍ମର ସଂଗୀତ ନିର୍ଦ୍ଦେଶକ ଥିଲେ ଶାନ୍ତିରାଜ ।