ରାଜ୍ୟରେ ଦିନକରେ ୭୨୧୬ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ | News Room Odisha

ରାଜ୍ୟରେ ଦିନକରେ ୭୨୧୬ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଦିନକରେ ଆଉ ୭ ହଜାର ୨୧୬ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୪ ହଜାର ୪୧ ଓ ସ୍ଥାନୀୟ ଅଂଚଳରୁ ୩ ହଜାର ୧୭୫ ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ୩୯ ହଜାର ୯୫୫କୁ ବୃଦ୍ଧି ପାଇଛି । ଏଯାଏ ୬ ଲକ୍ଷ ୩୫ ହଜାର ୧୭୯ ସୁସ୍ଥ ହୋଇଛନ୍ତି । ୧ ଲକ୍ଷ ୨ ହଜାର ୭୨ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

ଗତ ୨୪ ଘଂଟା ମଧ୍ୟରେ କଟକ ଜିଲ୍ଲାରୁ ସର୍ବାଧିକ ୧ ହଜାର ୧୯, ଖୋର୍ଦ୍ଧାରୁ ୮୦୯, କେନ୍ଦ୍ରାପଡାରୁ ୪୮୭, ଢେଙ୍କାନାଳରୁ ୪୨୮, ଅନୁଗୁଳରୁ ୪୦୯, ବରଗଡରୁ ୩୩୧ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଅନ୍ୟ ଜିଲ୍ଲାମାନଙ୍କ ମଧ୍ୟରେ ଭଦ୍ରକରୁ ୨୪୬, ରାୟଗଡାରୁ ୨୪୬, ନବରଙ୍ଗପୁରରୁ ୨୪୨, ସମ୍ବଲପୁରରୁ ୨୪୧, ଯାଜପୁରରୁ ୨୪୧, କୋରାପୁଟରୁ ୨୨୦, ବାଲେଶ୍ୱରରୁ ୨୧୫, ସୁନ୍ଦରଗଡରୁ ୧୮୪, ଜଗତସିଂହପୁରରୁ ୧୮୩, ନୟାଗଡରୁ ୧୬୪, ଗଞ୍ଜାମରୁ ୧୫୦, ବୌଦ୍ଧରୁ ୧୪୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ମାଲକାନଗିରିରୁ ୧୩୫, ବଲାଙ୍ଗିରରୁ ୧୩୦, ପୁରୀରୁ ୧୧୦, କନ୍ଧମାଳରୁ ୧୦୧, ଝାରସୁଗୁଡାରୁ ୬୪, ସୁବର୍ଣ୍ଣପୁରରୁ ୭୪, କେନ୍ଦ୍‌ୁଝରରୁ ୭୨, ଦେବଗଡରୁ ୬୮, ନୂଆପଡାରୁ ୭୬, ଗଜପତିରୁ ୩୮ ଓ ମୟୂରଭଞ୍ଜରୁ ୨୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।