ସୁବର୍ଣ୍ଣରେଖାରେ ବନ୍ୟା ଆଶଙ୍କା, ତଳିଆ ଅଂଚଳରୁ ଲୋକଙ୍କ ସ୍ଥାନାନ୍ତରଣ ଜାରି | News Room Odisha

ସୁବର୍ଣ୍ଣରେଖାରେ ବନ୍ୟା ଆଶଙ୍କା, ତଳିଆ ଅଂଚଳରୁ ଲୋକଙ୍କ ସ୍ଥାନାନ୍ତରଣ ଜାରି

ଭୁବନେଶ୍ୱର- ପ୍ରବଳ ବର୍ଷା ଯୋଗୁଁ ଗାଲୁଢିହ ବ୍ୟାରେଜରୁ ଝାଡଖଣ୍ଡ ବନ୍ୟାଜଳ ଛାଡିଛି । ଫଳରେ ଜାମଶୋଳା ଘାଟରେ ବିପଦ ସଂକେତ ଉପରେ ରହିଛି ସୁବର୍ଣ୍ଣରେଖା ନଦୀ । ସମ୍ଭାବ୍ୟ ବନ୍ୟା ଦୃଷ୍ଟିରୁ ତଳିଆ ଅଂଚଳରୁ ଲୋକଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତରଣ ଜାରି ରହିଛି । ଏସଆରସି ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି । ବାଲେଶ୍ୱରର ଜଳେଶ୍ୱର ନିକଟରେ ସୁବର୍ଣ୍ଣରେଖାରେ ବଢୁଛି ପାଣି । ଦିନ ୧୨ଟା ସୁଦ୍ଧା ରାଜଘାଟରେ ଜଳସ୍ତର ଆହୁରି ବଢିବା ସମ୍ଭାବନା ରହିଛି । ସୁବର୍ଣ୍ଣରେଖାରେ ସମ୍ଭାବ୍ୟ ବନ୍ୟା ଦୃଷ୍ଟିରୁ ସତର୍କ ସୂଚନା ଜାରି କରାଯାଇଥିବା ଏସଆରସି ଜେନା କହିଛନ୍ତି ।