ସମ୍ବଲପୁର ଓ ସୁନ୍ଦରଗଡରେ ଆଉ ୨ଟି କୋଭିଡ ହସପିଟାଲକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ | News Room Odisha

ସମ୍ବଲପୁର ଓ ସୁନ୍ଦରଗଡରେ ଆଉ ୨ଟି କୋଭିଡ ହସପିଟାଲକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ସମ୍ବଲପୁର: ସମ୍ବଲପୁର ଏବଂ ସୁନ୍ଦରଗଡ ଜିଲ୍ଲାରେ ଆଉ ୨ଟି କୋଭିଡ ହସପିଟାଲ ନିର୍ମାଣ ହେବ । ସେହିପରି ତାଳଚେରସ୍ଥିତ ଡିସିଏଚ୍ ରେ ଉଭୟ ସାଧାରଣ ଓ ଆଇସିୟୁ ବେଡ୍ ସଂଖ୍ୟା ବ୍ରୁଦ୍ଧି କରାଯିବ । ଆଜି ମୁଖ୍ୟମନ୍ତ୍ରୀ ଏହି ସମସ୍ତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।

କୋଭିଡ ରୋଗୀଙ୍କ ସଂଖ୍ୟା ବ୍ରୁଦ୍ଧି ଯୋଗୁଁ ବିଭିନ୍ନ ଜିଲ୍ଲାରେ ବେଡ୍ ର ସଂକଟ ଦେଖା ଦେଇଥିଲା । ଏହାକୁ ଦ୍ରୁଷ୍ଟିରେ ରଖି ସମ୍ବଲପୁରରେ ଆଉ ଏକ କୋଭିଡ ହସପିଟାଲ ନିର୍ମାଣ ପାଇଁ ଦାବି ହେଉଥିଲା । ଏହି ପରିପ୍ରେଖୀରେ ସମ୍ବଲପୁରରେ ୧୧୦ ଶଯ୍ୟା ବିଶିଷ୍ଟ ଆଉ ଏକ କୋଭିଡ ହସପିଟାଲ ନିର୍ମାଣ ପାଇଁ ଚୂଡାନ୍ତ ହୋଇଛି ।ଏଥିରେ ୮୦ଟି ଏଚଡିୟୁ, ୨୦ ଆଇସିୟୁ ଏବଂ ୧୦ଟି ଭେଣ୍ଟିଲେଟର ବ୍ୟବସ୍ଥା ରହିବ ।ଏମସିଏଲର ଆର୍ଥିକ ସହାୟତାରେ ହେବାକୁ ଥିବା ଏହି ହସପିଟାଲର ପରିଚାଳନା ଦାୟିତ୍ବ ବରଗଡର ବିକାଶ ସିଟି ହସପିଟାଲ ନେବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି । ବର୍ତ୍ତମାନ ସମ୍ବଲପୁର ଜିଲ୍ଲାରେ ୫ଟି କୋଭିଡ ହସପିଟାଲରେ ପ୍ରାୟ ୭୫୦ରୁ ଉର୍ଧ୍ବ ବେଡ୍ ରେ କୋଭିଡ ଚିକିତ୍ସା ଚାଲିଛି ।

ସେହିପରି ସୁନ୍ଦରଗଡ ଜିଲ୍ଲାର ବସୁନ୍ଧରାଋେ ଥିବା ଡିସିଏଚ୍ ରେ ୨୦ଟି ଏଚଡିୟୁ ଏବଂ ୩୦ ଆଇସିୟୁ ବେଡ୍ ସ୍ଥାପନ ହେବ । ଏମସିଏଲ୍ ଏହାର ଆର୍ଥିକ ଖର୍ଚ ବହନ କରିବ । ଏହାବାଦ୍ ଏମସିଏଲ୍ ଦ୍ବାରା ପରିଚାଳିତ ତାଳଚେର କୋଭିଡ ହସପିଟାଲରେ ଥିବା ୪୦ଟି ଅକ୍ସିଜେନ୍ ଶଯ୍ୟାକୁ ୧୦୦କୁ ବ୍ରୁଦ୍ଧି କରାଯିବ । ଏହାଛଡା ଏଠାରେ ଥିବା ୧୦ଟି ଆଇସିୟୁ ବେଡ୍ କୁ ୩୦ ଟି ବେଡ୍ ରେ ବ୍ରୁଦ୍ଧି କରିବାକୁ ସ୍ଥିର କରାଯାଇଛି । ମୁଖ୍ୟମନ୍ତ୍ରୀ ଏହି ସମସ୍ତ ପ୍ରସ୍ତାବକୁ ଅନୁମୋଦନ କରି ଏହାଦ୍ବାରା ପଶ୍ଚିମ ଓଡିଶାରେ କୋଭିଡ ଚିକିତ୍ସାରେ ଆହୁରି ଉନ୍ନତି ଆସିବ ବୋଲି କୁହିଛନ୍ତି । ଏହି ସମସ୍ତ ପ୍ରକଳ୍ପ ଖୁବ ଶୀଘ୍ର ଆରମ୍ଭ ହେବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି ।

Chief Minister Naveen PatnaikCOVID-19COVID-19 Hospital Odisha