କରୋନା ଅପଡେଟ୍‌: ଆହୁରି ଖସିଲା ସଂକ୍ରମଣ, ଦିନକରେ ଆଉ ୧.୭୩ ଲକ୍ଷ ମାମଲା, ୩୬୧୭ ମୃତ | News Room Odisha

କରୋନା ଅପଡେଟ୍‌: ଆହୁରି ଖସିଲା ସଂକ୍ରମଣ, ଦିନକରେ ଆଉ ୧.୭୩ ଲକ୍ଷ ମାମଲା, ୩୬୧୭ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଖସିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୧ ଲକ୍ଷ ୭୩ ହଜାର ୭୯୦ ନୂଆ ମାମଲା ସାମ୍ନାକୁ ଆସିଛି । ଦେଢ଼ ମାସ ପରେ ଭାରତରେ ସବୁଠୁ କମ୍ ମାମଲା ରେକର୍ଡ କରାଯାଇଛି । ଚଳିତ ମାସରେ ତୃତୀୟ ଥର ପାଇଁ ଦୁଇ ଲକ୍ଷରୁ କମ୍ ମାମଲା ଆସିଛି । ମୃତ୍ୟୁ ସଂଖ୍ୟାରେ ମଧ୍ୟ ସାମାନ୍ୟ ହ୍ରାସ ଘଟିଛି । ଦିନକରେ ଏହି ରୋଗରେ ଆଉ ୩୬୧୭ ଲୋକଙ୍କ ମୃତ୍ୟୁ ହୋଇଛି । ଅନ୍ୟପକ୍ଷେ ଆଉ ୨ ଲକ୍ଷ ୮୪ ହଜାର ୬୦୧ ରୋଗୀ ସୁସ୍ଥ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ, ଭାରତରେ ଏଯାବତ୍ ମୋଟ ୨ କୋଟି ୭୦ ଲକ୍ଷ ୭ ହଜାର ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ଏଥିମଧ୍ୟରୁ ୩ ଲକ୍ଷ ୩୩ ହଜାର ୫୧୨ ଜଣଙ୍କର ମୃତ୍ୟୁ ହୋଇଛି । ଏହି ରୋଗରୁ ଏ ପର୍ଯ୍ୟନ୍ତ ୨ କୋଟି ୫୧ ଲକ୍ଷ ୭୮ ହଜାର ସୁସ୍ଥ ହୋଇଛନ୍ତି । ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ କମିବାରେ ଲାଗିଛି । ଶନିବାର ସୁଦ୍ଧା ଦେଶରେ ୨୨,୨୮,୭୨୪ ସକ୍ରିୟ ରୋଗୀ ଅଛନ୍ତି । ଦେଶରେ ସୁସ୍ଥ ହାର ୯୦.୮୦ ପ୍ରତିଶତକୁ ବୃଦ୍ଧି ପାଇଛି । ଅନ୍ୟପକ୍ଷେ ଦେଶରେ ସାପ୍ତାହିକ ପଜିଟିଭିଟି ରେଟ୍ ୯.୮୪%କୁ ଖସି ଆସିଛି ।

COVID-19