ରାଜ୍ୟରେ ଦିନକରେ ୭୧୮୮ ନୂଆ କୋରୋନା ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୩୪ | News Room Odisha

ରାଜ୍ୟରେ ଦିନକରେ ୭୧୮୮ ନୂଆ କୋରୋନା ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୩୪

ଭୁବନେଶ୍ୱର- ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ନିମ୍ନଗାମୀ ହେବାରେ ଲାଗିଛି । ଲଗାତର ତୃତୀୟ ଦିନ ଧରି ସଂକ୍ରମଣ ସଂଖ୍ୟା ୧୦ ହଜାର ତଳେ ରହିଛି । ଦିନକରେ ୭ ହଜାର ୧୮୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୪ ହଜାର ୨୬ ଓ ସ୍ଥାନୀୟ ଅଂଚଳରୁ ୩ ହଜାର ୧୬୨ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୧ ହଜାର ୧୩୪, କଟକରୁ ୬୯୦, ଅନୁଗୁଳରୁ ୫୧୫, ପୁରୀରୁ ୪୫୭, ଯାଜପୁରରୁ ୪୦୬, ମୟୂରଭଞ୍ଜରୁ ୩୨୦, ବରଗଡରୁ ୨୭୧, ବୌଦ୍ଧରୁ ୨୫୭, ଢେଙ୍କାନାଳରୁ ୨୫୫, ନୟାଗଡରୁ ୨୪୨, ନବରଙ୍ଗପୁରରୁ ୨୧୬, କୋରାପୁଟରୁ ୨୦୨,
କଳାହାଣ୍ଡିରୁ ୧୭୭, ସୁନ୍ଦରଗଡରୁ ୧୭୨, ରାୟଗଡାରୁ ୧୬୫, ଗଞ୍ଜାମ ଜିଲ୍ଲାରୁ ୧୬୩, ଜଗତସିଂହପୁରରୁ ୧୫୪, ସୋନପୁରରୁ ୧୨୯, ସମ୍ବଲପୁରରୁ ୧୨୦, ଝାରସୁଗୁଡାରୁ ୧୧୪, ଗଜପତିରୁ ୧୦୬, ବାଲେଶ୍ୱରରୁ ୧୦୩, ମାଲକାନଗିରିରୁ ୯୨, ବଲାଙ୍ଗିରରୁ ୯୩, ଭଦ୍ରକରୁ ୮୯, କେନ୍ଦ୍ରାପଡାରୁ ୭୫, ନୂଆପଡାରୁ ୬୨,ଦେବଗଡରୁ ୬୧, କେନ୍ଦୁଝରରୁ ୫୭, କନ୍ଧମାଳରୁ ୫୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ ପଜିଟିଭଙ୍କ ସଂଖ୍ୟା ୭ ଲକ୍ଷ ୪୭ ହଜାର ୧୪୩କୁ ବୃଦ୍ଧି ପାଇଥିବା ବେଳେ ଏଥିମଧ୍ୟରୁ ୬ ଲକ୍ଷ ୪୭ ହଜାର ୧୩୩ ସୁସ୍ଥ ହୋଇସାରିଲେଣି । ସକ୍ରିୟ ମାମଲା ସଂଖ୍ୟା ୯୭ ହଜାର ୨୭୧କୁ ହ୍ରାସ ପାଇଛି ।

COVID-19