ରାଜ୍ୟରେ ଖସୁଛି କୋରୋନା ସଂକ୍ରମଣ ଗ୍ରାଫ୍‌, ଦିନକରେ ୮ ହଜାର ୩୧୩ ନୂଆ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୭୫ | News Room Odisha

ରାଜ୍ୟରେ ଖସୁଛି କୋରୋନା ସଂକ୍ରମଣ ଗ୍ରାଫ୍‌, ଦିନକରେ ୮ ହଜାର ୩୧୩ ନୂଆ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୭୫

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୧୦ ହଜାର ତଳେ ରହିବା ଜାରି ରହିଛି । ଦିନକରେ ୮ ହଜାର ୩୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୪ ହଜାର ୬୫୫ ଓ ସ୍ଥାନୀୟ ଅଂଚଳରୁ ୩ ହଜାର ୬୫୮ ମାମଲା ଆସିଛି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୭୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରୁ ୫୯୩, ଅନୁଗୁଳରୁ ୫୦୫, ମୟୂରଭଞ୍ଜ ଜିଲ୍ଲାରୁ ୫୩୨, ସୁନ୍ଦରଗଡରୁ ୪୬୫, ବାଲେଶ୍ୱରରୁ ୪୫୨, ଢେଙ୍କାନାଳରୁ ୪୦୭, ପୁରୀରୁ ୪୦୫, ଯାଜପୁରରୁ ୩୫୪, କେନ୍ଦ୍ରାପଡାରୁ ୩୩୧, ନୟାଗଡରୁ ୨୮୩, ଜଗତସିଂହପୁରରୁ ୨୮୦, ବରଗଡରୁ ୨୭୯, ବୌଦ୍ଧରୁ ୨୦୯, ନବରଙ୍ଗପୁରରୁ ୨୦୫, ସମ୍ବଲପୁରରୁ ୨୦୪, କୋରାପୁଟରୁ ୧୯୮, କେନ୍ଦୁଝରରୁ ୧୮୦, କଳାହାଣ୍ଡିରୁ ୧୬୨, ରାୟଗଡାରୁ ୧୪୮, ଗଞ୍ଜାମ ଜିଲ୍ଲାରୁ ୧୨୯, ସୋନପୁରରୁ ୧୨୩, ବଲାଙ୍ଗିରରୁ ୧୧୯, ଭଦ୍ରକରୁ ୧୧୭, ଝାରସୁଗୁଡାରୁ ୧୧୧, ମାଲକାନଗିରିରୁ ୧୦୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କନ୍ଧମାଳରୁ ୯୦, ଗଜପତିରୁ ୮୫, ଦେବଗଡରୁ ୫୫, ନୂଆପଡାରୁ ୫୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୬୪ ହଜାର ୯୯୭କୁ ବୃଦ୍ଧି ପାଇଥିବା ବେଳେ ୬ ଲକ୍ଷ ୭୦ ହଜାର ୫୨୭ ସୁସ୍ଥ ହୋଇସାରିଲେଣି । ୯୧ ହଜାର ୬୬୩ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

COVID-19Odisha